28.1 C
Bhubaneswar
Saturday, June 14, 2025
Homeଦେଶ ବିଦେଶ‘ଲିଭ୍‌-ଇନ୍‌’ରେ ଥିବା ୨୪ ବର୍ଷୀୟ ଅନ୍ତଃସତ୍ତ୍ବା ଯୁବତୀଙ୍କ ମୃତ୍ୟୁ

‘ଲିଭ୍‌-ଇନ୍‌’ରେ ଥିବା ୨୪ ବର୍ଷୀୟ ଅନ୍ତଃସତ୍ତ୍ବା ଯୁବତୀଙ୍କ ମୃତ୍ୟୁ

ଶାହାଜାହାନ୍‌ପୁର: ‘ଲିଭ୍‌-ଇନ୍‌’ ସମ୍ପର୍କରେ ଥିବା ଜଣେ ୨୪ ବର୍ଷୀୟ ଅନ୍ତଃସତ୍ତ୍ବା ଯୁବତୀଙ୍କୁ ଇସ୍‌ଲାମ୍‌ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରି ତାଙ୍କର ପ୍ରେମିକ ଓ ଅନ୍ୟ ଜଣେ ବ୍ୟକ୍ତି ବିଷ ଦେଇ ମାରିଥିବା କଥା ଅଭିଯୋଗ ହୋଇଛି। ୨୪ ବର୍ଷୀୟ ସୀମା ଗୌତମଙ୍କୁ ଉତ୍ତର ପ୍ରଦେଶର ଲଖିମ୍‌ପୁର ଖେରିସ୍ଥିତ ଏକ ହସ୍ପିଟାଲ୍‌କୁ ଦୁଇ ଅଭିଯୁକ୍ତ ନେଇ ଆସିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହେବାରୁ ସେମାନେ ଖସି ପଳାଇଥିଲେ। ଝିଅର ଭାଇ ଅଭିଯୋଗ କରିଛନ୍ତି ଯେ, ସୀମାଙ୍କୁ ବିଷ ଦିଆଯାଇଛି। ଅଭିଯୁକ୍ତ ଦୁଇଜଣ ହେଉଛନ୍ତି ନାୱେଦ୍‌ ଓ ଫାର୍‌ହାନ୍‌। ପରେ ସେମାନଙ୍କୁ ଗିରଫ କରାଯାଇଛି।

ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଏସ୍‌. ଆନନ୍ଦ କହିଛନ୍ତି, ଲଖିମ୍‌ପୁର ଖେରିର ଉକ୍ତ ଝିଅ ନାୱେଦଙ୍କ ସହିତ ‘ଲିଭ୍‌-ଇନ୍‌’ ସମ୍ପର୍କରେ ରହିଥିଲା। ‌ଦୁହେଁ ରୋଜା ଅଞ୍ଚଳରେ ଗୋଟାଏ ଭଡ଼ାଘରେ ରହୁଥିଲେ। ଶନିବାର ଦିନ ପ୍ରାୟ ୧ଟା ବେଳେ ନାୱେଦ୍‌ ଓ ଫାର୍‌ହାନ୍‌ ସୀମାଙ୍କୁ ଡାକ୍ତରଖାନା ଆଣିଥିଲେ। ଡାକ୍ତରଖାନାରେ ଭର୍ତ୍ତି ସମୟରେ ଦୁହେଁ କହିଥିଲେ ଯେ, ସେ ହେଉଛି ନାୱେଦଙ୍କ ସ୍ତ୍ରୀ ଜୋୟା ସିଦ୍ଦିକ୍ବି। ଯୁବତୀଜଣକ ମୃତା ବୋଲି ଡାକ୍ତର ଘୋଷଣା କରିବା ପରେ ପୁଲିସ ପହଞ୍ଚିବା ଆଗରୁ ଦୁହେଁ ଡାକ୍ତରଖାନାରୁ ଖସି ପଳାଇଥିଲେ। ସେମାନଙ୍କୁ ପଚରା ଉଚରା କରିବା ପରେ ପୁଲିସ କହିଛି ଯେ, ଗତ ଦେଢ଼ ବର୍ଷ ହେବ ଦୁହେଁ (ସୀମା ଓ ନାୱେଦ୍‌) ଏକତ୍ର ରହୁଥିଲେ ଓ ସୀମା ଅନ୍ତଃସତ୍ତ୍ବା ଥିଲେ। ଧର୍ମ ପରିବର୍ତ୍ତନ କରିବା ନିମନ୍ତେ ଅଭିଯୁକ୍ତମାନେ ତାଙ୍କୁ ବାଧ୍ୟ କରୁଥିଲେ। ସୀମାଙ୍କ ଭାଇ ଦାଏର କରିଥିବା ଅଭିଯୋଗ ଅନୁସାରେ ନାୱେଦ୍‌ ଓ ଫାର୍‌ହାନ୍‌ଙ୍କ ନାମରେ ମାମଲା ରୁଜୁ କରାଯାଇଛି ବୋଲି ପୁଲିସ କହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking