39.1 C
Bhubaneswar
Wednesday, April 24, 2024
Homeଓଡିଶାଡମ୍ଫର ଓ ବାଇକ ମୁହାଁମୁହିଁ ଧକ୍କା, ଭିଣୋଇ ଓ ଶାଳୀଙ୍କ ମୃତ୍ୟୁ

ଡମ୍ଫର ଓ ବାଇକ ମୁହାଁମୁହିଁ ଧକ୍କା, ଭିଣୋଇ ଓ ଶାଳୀଙ୍କ ମୃତ୍ୟୁ

ନୂଆପଡା: ନୂଆପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡ଼ୁମେରପାଣି ଗାଁ ନିକଟରେ ଡମ୍ଫର ଓ ବାଇକ ମୁହାଁମୁହିଁ ଧକ୍କା l ଘଟଣାସ୍ଥଳରେ ବାଇକ ଆରୋହୀ ଭିଣୋଇ ଓ ଶାଳୀଙ୍କ ମୃତ୍ୟୁ ଘଟିଛି । ଭିଣୋଇ ପଳସାଗୁଡା ଗାଁର କମଲେଶ ମହାନନ୍ଦ ଓ ଶାଳୀ ନନ୍ଦପୁର ଗାଁର କ୍ରିତିକା କ୍ଷେତ୍ରପାଲ ବୋଲି ଜଣାପଡିଛି l କମଲେଶ ନୂଆପଡା ସଦର ଥାନା ଅନ୍ତର୍ଗତ ପଲସାଗୁଡା ଗାଁର କମଲେଶ ମହାନନ୍ଦ ନିଜ ବାଇକରେ ନିଜର ଶାଳୀ କ୍ରିତିକାକୁ ନେଇ ନିଜ ଶ୍ୱଶୁର ଘର ନନ୍ଦପୁର ଗାଁକୁ ଯାଉଥିଲେ l ହେଲେ ଡ଼ୁମେରପାଣି ଗାଁ ନିକଟରେ ବିପରିତ ଦିଗରୁ ଆସୁଥିବା ବାଲି ବୋଝେଇ ଡ଼ମ୍ଫର ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା l

ଯାଫଳରେ ଘଟଣାସ୍ଥଳରେ ଶାଳୀ କ୍ରିତିକାଙ୍କ ମୃତ୍ୟୁ ଘଟିଥିବା ବେଳେ ଭିଣୋଇ କମଲେଶକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ନେବା ସମୟରେ ମୃତ୍ୟୁ ଘଟିଛି l ଏହି ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା l ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ଡ଼ୁମେରପାଣି – ହଳଦୀ ମୁଖ୍ଯ ରାସ୍ତାକୁ ବନ୍ଦ କରିଥିଲେ l ଖବର ପାଇ ନୂଆପଡା ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଜବତ କରିବା ସହ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ l ନୂଆପଡା ପୋଲିସ ଡମ୍ଫର ଗାଡି ଜବତ କରିବା ସହ ଡ୍ରାଇଭ ରକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking