32.1 C
Bhubaneswar
Sunday, April 28, 2024
Homeଓଡିଶାବସ୍ତି ଉଛେଦ ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ

ବସ୍ତି ଉଛେଦ ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ

ରାୟଗଡା  : ବସ୍ତି ଉଛେଦ ପ୍ରତିବାଦରେ ଜିଲ୍ଲା ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ରାସ୍ତାରୋକ କରାଯାଇଛି । ବସ୍ତି ବାସିନ୍ଦାଙ୍କୁ ଉଛେଦ କରିବାକୁ ରେଲ ବିଭାଗର ନୋଟିସ ଜାରି କରିବା ପରେ ସରକାରୀ ସ୍ତରରେ ଜାଗା ନ ଦେବାରୁ ଏହାକୁ ବିରୋଧ କରି ରାୟଗଡା ସହରର ତିନୋଟି ପ୍ରବେଶ ପଥରେ ଏହି ରାସ୍ତା ଅବରୋଧ କରିଥିଲେ, ଫଳରେ ସମସ୍ତ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। ସହରର ସିରିଗୁଡା, ଖଲିଗୁଡା ଓ ମଝିଘରିଆଣୀ ମନ୍ଦିର ନିକଟରେ ଥିବା ସମସ୍ତ ତିନୋଟି ପ୍ରବେଶ ପଥରେ ବିଜେପି ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା। ବସ୍ତି ବାସିନ୍ଦା ମଧ୍ୟ ଏଥିରେ ସାମିଲ ହୋଇଥିଲେ। ମୁଖ୍ୟତଃ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ବିଜେପି କର୍ମୀ। ରାସ୍ତା ଅବରୋଧ ସକାଳ ୬ ଟା ସମୟରେ ଆରମ୍ଭ ହୋଇଥିଲା। ତେବେ ପ୍ରାୟ ୭.୩୦ ସମୟରେ ରାସ୍ତା ଅବରୋଧ କରିଥିବା ବିଜେପି କର୍ମୀ ଓ ନେତାଙ୍କୁ ହଟାଇ ଥାନାକୁ ନେଇ ଯାଇଥିଲା। ଫଳରେ ରାସ୍ତା ରୋକ ହଟିଥିଲା। ଏହାକୁ କେନ୍ଦ୍ର କରି ବିଜେପି କର୍ମୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଥାନାରେ ବ୍ୟାପକ ନାରାବାଜି ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking