ପୁରୀ : ୫୦ ବର୍ଷ ପରେ ଫେରିଲା ମହାପ୍ରଭୁଙ୍କ ନାମରେ ଥିବା ୮୮ ଏକର ଜମି । ପୁରୀ ସମଙ୍ଗରା ମୌଜାର ବାଇଦାସ ନଗର ଠାରୁ ମାଳତୀପାଟପୁର ଆର.ଓ.ବି କୁ ସଂଯୋଗ କରୁଥିବା ଜାତୀୟ ରାଜପଥର ଦୁଇ ପାର୍ଶ୍ଵରେ ରହିଥିଲା ମହାପ୍ରଭୁଙ୍କ ଜମି। ବୋର୍ଡ ଅଫ୍ ରେଭିନ୍ୟୁର ଦୁଇଟି ମାମଲାରେ ରାୟ କ୍ରମରେ ପ୍ରାୟ ୪୧ଟି ପ୍ଲଟ ପୁଣି ମହାପ୍ରଭୁଙ୍କ ନାମକୁ ଆସିଛି। ତହସିଲଦାରଙ୍କ ଉପସ୍ଥିତିରେ ଜମି ଅଧିଗ୍ରହଣ କରାଯାଉଛି। ନାଲି ପତାକା ପୋତି ଦଖଲକୁ ନେଇଛି ଶ୍ରୀମନ୍ଦିର ପ୍ରଶାସନ।










