26.1 C
Bhubaneswar
Saturday, November 28, 2026
Homeଦେଶ ବିଦେଶତାମିଲନାଡ଼ୁ ଦୀପମ୍ ପ୍ରଜ୍ୱଳନ ବିବାଦ: କଠୋର ହେଲେ କୋର୍ଟ

ତାମିଲନାଡ଼ୁ ଦୀପମ୍ ପ୍ରଜ୍ୱଳନ ବିବାଦ: କଠୋର ହେଲେ କୋର୍ଟ

ନୂଆଦିଲ୍ଲୀ:  ତାମିଲନାଡୁରେ ଦୀପ ପ୍ରଜ୍ୱଳନକୁ ନେଇ ବଢ଼ିଲା ବିବାଦ । ରାଜ୍ୟ ସରକାର ଓ ପ୍ରଶାସନକୁ କଡ଼ା ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଆଜି  ଥିରୁପରଙ୍କୁନ୍ଦ୍ରମର ଦୀପଥୁନ୍‌ରେ କାର୍ତ୍ତିଗାଇ ଦୀପମ୍‌ ଜାଳିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚିପିଲ୍ଲାୟାର ମଣ୍ଡପରେ ଜଳାଯାଇଥିବା ଦୀପର ଶିଖାରୁ ଏହି ଦୀପ ଜାଳିବାକୁ କୋର୍ଟ ସ୍ପଷ୍ଟ କରିଛନ୍ତି । ଏହାସହ ପୂର୍ବ ନିର୍ଦ୍ଦେଶ ପାଳନ ନକରିବା ଘଟଣାରେ ତାମିଲନାଡୁର ଅଧିକାରୀମାନଙ୍କୁ ଅଦାଲତ ଅବମାନନା ନୋଟିସ୍‌ ଜାରି କରାଯାଇଛି । ଶୁଣାଣି ସମୟରେ କୋର୍ଟ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଅଦାଲତଙ୍କ ନିର୍ଦ୍ଦେଶକୁ ନିଜ ଇଚ୍ଛାରେ ବଦଳାଇବା କିମ୍ବା ପାଳନ ନକରିବା ସାମ୍ବିଧାନିକ ବ୍ୟବସ୍ଥା ପାଇଁ ବିପଦ ସୃଷ୍ଟି କରିପାରେ । ମଦୁରାଇ ଜିଲ୍ଲାରେ ପ୍ରଶାସନିକ ଅବ୍ୟବସ୍ଥା ଥିବା ନେଇ ଉଦ୍‌ବେଗ ପ୍ରକାଶ କରିବା ସହ, ଅଧିକାରୀମାନେ ରାଜନୈତିକ ନେତାଙ୍କ ନିର୍ଦ୍ଦେଶରେ କାମ କରିଥିବା ଭଳି ମନେ ହେଉଛି ବୋଲି ଅଦାଲତ ମତ ଦେଇଛନ୍ତି । ସେପଟେ ଦର୍ଗାଠାରୁ ଅତି କମ୍‌ରେ ୫୦ ମିଟର ଦୂରରେ ରହି ଭକ୍ତମାନେ ଦୀପ ଜାଳିପାରିବେ ବୋଲି କୋର୍ଟ ଅନୁମତି ଦେଇଥିବା ବେଳେ, ଦର୍ଗାର ସୁରକ୍ଷା ଦାୟିତ୍ୱ ସିଆରପିଏଫକୁ ଦିଆଯାଇଛି । ଏବେ ଆଜି ଦୀପ ଜଳୁଛି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking