କନ୍ଧମାଳ: କନ୍ଧମାଳକୁ ପୁଣି ଫେରିଛି ଶୀତ। ହଠାତ୍ ଖସିଲା ପାରଦ, ବଢ଼ିଲା ଥଣ୍ଡାର ପ୍ରକୋପ । ସକାଳୁ ସକାଳୁ ଘନ କୁହୁଡ଼ିର ଚାଦରରେ ଢାଙ୍କି ହୋଇ ରହୁଛି ସହର । ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୮.୬ ଡିଗ୍ରୀକୁ ଖସିଥିବା ବେଳେ ଦାରିଙ୍ଗବାଡ଼ିରେ ୧୧.୫ ଡିଗ୍ରୀ ଓ ଫୁଲବାଣୀରେ ୧୨ ଡିଗ୍ରୀ ରେକର୍ଡ ହୋଇଛି । ଶୀତର ଆଗମନ ସହ ସକାଳୁ ସକାଳୁ ଲୋକଙ୍କ ଭିତରେ ବଢ଼ିଛି ଉତ୍ସାହ ।
ଦୁଇରୁ ତିନି ଦିନ ଧରି ହାଲୁକା ଥଣ୍ଡା ଅନୁଭୂତ ହେଉଥିଲା । କିନ୍ତୁ ହଠାତ୍ ତାପମାତ୍ରା ହ୍ରାସ ପାଇବା ପରେ କନ୍ଧମାଳ ଜିଲ୍ଲାରେ ଶୀତର ପ୍ରଭାବ ବଢ଼ିଛି । ଗତକାଲି ଫୁଲବାଣୀରେ ପାରଦ ୧୨ ଡିଗ୍ରୀ ସେଲସିୟସ୍ ରହିଥିବା ବେଳେ ଦାରିଙ୍ଗବାଡ଼ିରେ ୧୧.୫ ଡିଗ୍ରୀ ଏବଂ ଜି.ଉଦୟଗିରିରେ ସର୍ବନିମ୍ନ ୮.୬ ଡିଗ୍ରୀ ରେକର୍ଡ ହୋଇଛି ।
ସକାଳୁ ସକାଳୁ ଘନ କୁହୁଡ଼ି ଯୋଗୁଁ ସହରର ରାସ୍ତାଘାଟ ଓ ଆଖପାଖ ଅଞ୍ଚଳ ଧୂସର ଦେଖାଯାଉଛି । ଶୀତକୁ ଉପଭୋଗ କରିବା ସହ ନିଜକୁ ଫିଟ୍ ରଖିବା ପାଇଁ ଲୋକେ ସକାଳୁ ପଡ଼ିଆ ଓ ପାର୍କ ମୁହାଁ ହେଉଛନ୍ତି । କିଏ ବ୍ୟାୟାମ କରୁଛନ୍ତି ତ ଆଉ କିଏ ପ୍ରାତଃଭ୍ରମଣ କରୁଛନ୍ତି ।










