ଭୁବନେଶ୍ୱର: ବ୍ୟକ୍ତିଗତ କାରଣ ପାଇଁ ସ୍କୁଲଗୁଡିକରେ ଡ୍ରପ ଆଉଟ ହେଉଛି । ଏନେଇ ଗୃହରେ ଉତ୍ତର ରଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମାଟ୍ରିକ ପରୀକ୍ଷାରୁ ଛାତ୍ର ବାଦ ପଡିବାର ବିଭିନ୍ନ କାରଣ ରହିଛି । ମାଟ୍ରିକ ପାସ ପରେ ଅନେକ ବୈଷୟିକ, ନର୍ସିଂ, ପଲି ଟେକ୍ନିନିକ ଶିକ୍ଷା ନେଉଛନ୍ତି । ଗୃହରେ ସ୍ୱାଭାବିକ ଚାଲିଛି ପ୍ରଶ୍ନକାଳ । ବିଧାୟକଙ୍କ ପ୍ରଶ୍ନରେ ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ଗୃହରେ ୮ଟି ବିଭାଗ ଉପରେ ଆଲୋଚନା କରାଯିବାର ସୂଚନା ରହିଛି ।










