27.1 C
Bhubaneswar
Thursday, November 26, 2026
Homeଦେଶ ବିଦେଶମିଆମି ବିମାନବନ୍ଦରରେ ରନୱେରୁ ତଳକୁ ଖସିଲା ଫେଡେକ୍ସ ବିମାନ

ମିଆମି ବିମାନବନ୍ଦରରେ ରନୱେରୁ ତଳକୁ ଖସିଲା ଫେଡେକ୍ସ ବିମାନ

ୱାସିଂଟନ: ଆମେରିକାର ମିଆମି ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ଏକ ପେଡେଏକ୍ସ କାର୍ଗୋ ବିମାନ ରନୱେରୁ ତଳକୁ ଖସି ଆଗକୁ ଚାଲିଯାଇଥିଲା। ଫଳରେ ସୁରକ୍ଷା ଦୃଷ୍ଟିରୁ ଗୋଟିଏ ରନୱେକୁ ଛାଡି ଅନ୍ୟ ସମସ୍ତ ରନୱେକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଥିଲା। ଏହା ଯୋଗୁଁ ବହୁ ବିମାନର ଉଡ଼ାଣ ପ୍ରଭାବିତ ହୋଇଥିଲା।

ବିମାନବନ୍ଦର ଅଧିକାରୀଙ୍କ ଅନୁଯାୟୀ, ଘଟଣାଟି ସ୍ଥାନୀୟ ସମୟ ବୁଧବାର ରାତି ପ୍ରାୟ ୮ଟା ୪୦ ସମୟରେ ଘଟିଥିଲା(ଭାରତୀୟ ସମୟ ଗୁରୁବାର ସକାଳ ୭ଟା ୧୦)। ଏଥିରେ କୌଣସି କ୍ଷୟକ୍ଷତି ହେବାର ରିପୋର୍ଟ ମିଳି ନାହିଁ। ମିଆମି-ଡେଡ୍ ଅଗ୍ନିଶମ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ।

ମ୍ୟାକଡୋନେଲ୍ ଡଗଲାସ୍ ଏମଡି-୧୧ ବିମାନଟି ମେମ୍ଫିସ୍‌ରୁ ଆସୁଥିବା ବେଳେ ନିର୍ଦ୍ଧାରିତ ରନୱେରୁ ତଳକୁ ଖସି ଯାଇଥିଲା। ଫେଡେରାଲ୍ ଏଭିଏସନ୍ ପ୍ରଶାସନ କହିଛି, ବିମାନଟି ଶୀଘ୍ର ଉଡ଼ାଣ ପୁନର୍ବାର ଆରମ୍ଭ କରିବ। ଘଟଣାର ତଦନ୍ତ ଆରମ୍ଭ ହୋଇଛି।ବିମାନବନ୍ଦର କର୍ତ୍ତୃପକ୍ଷ ଏକ ବିବୃତ୍ତିରେ କହିଛନ୍ତି, ଆମେ ବିମାନ ଚଳାଚଳକୁ ସୁରକ୍ଷିତ ଏବଂ ସ୍ୱାଭାବିକ କରିବା ପାଇଁ କାମ କରୁଛୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking