26.1 C
Bhubaneswar
Wednesday, November 25, 2026
Homeଓଡିଶାମନୁଷ୍ୟକୃତ ଗଂଜାମ ବନ୍ୟା ପାଇଁ ବିଜେଡି ରାଜରାସ୍ତାରେ

ମନୁଷ୍ୟକୃତ ଗଂଜାମ ବନ୍ୟା ପାଇଁ ବିଜେଡି ରାଜରାସ୍ତାରେ

ଭୁବନେଶ୍ୱର: ଧାନ କିଣାକୁ ନେଇ ବିଧାନସଭାରେ ସରଗରମ ଆଲୋଚନା। ମଣ୍ଡିରେ ଚାଷୀଙ୍କ ସମସ୍ୟା, ଟୋକନ ଲାପ୍ସ ଓ ଧାନ ବିକ୍ରିକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମୁଲତବୀ ପ୍ରସ୍ତାବ ଉପରେ ବିବୃତ୍ତି ରଖି ମନ୍ତ୍ରୀ କହିଛନ୍ତି, ଚଳିତ ଖରିଫ ଧାନ କିଣାରେ ଟୋକନ ଲାପ୍ସ ହାର ମାତ୍ର ୪ ପ୍ରତିଶତ ରହିଛି। ଚାଷୀଙ୍କଠାରୁ ସମସ୍ତ ଧାନ କିଣିବାକୁ ସରକାର ପ୍ରତିଶ୍ରୁତିବଦ୍ଧ। କୌଣସି ଚାଷୀଙ୍କୁ ଅବହେଳା କରାଯିବ ନାହିଁ ବୋଲି ସେ ଗୃହରେ କହିଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଚଳିତ ବର୍ଷ ଧାନ ବିକ୍ରି ପାଇଁ ୨୨ ଲକ୍ଷ ୨୭ ହଜାରରୁ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ୨୩ ଲକ୍ଷ ୪୩ ହଜାର ଚାଷୀ ପଞ୍ଜୀକୃତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୨ ଲକ୍ଷ ୪୮ ହଜାର ଚାଷୀ ଧାନ ବିକ୍ରି କରିଥିଲେ। ଅର୍ଥାତ ଟୋକନ ଲାପ୍ସ ମାତ୍ର ୪ ପ୍ରତିଶତ ହୋଇଥିଲା। ଏଥର ଟୋକନ ଅବଧି ଶେଷ ହେବା ପରେ ଚାଷୀଙ୍କୁ ଅଧିକ ୧୫ ଦିନ ସମୟ ଦିଆଯାଉଛି। ଟୋକନ ଲାପ୍ସ ଯୋଗୁଁ ଯେପରି ଚାଷୀ କ୍ଷତିଗ୍ରସ୍ତ ନ ହେବେ, ସେଥିପାଇଁ ସରକାର ପଦକ୍ଷେପ ନେଇଛନ୍ତି।

ପୂର୍ବ ସରକାରଙ୍କ ସମୟର ଧାନ କିଣା ବ୍ୟବସ୍ଥା ସହ ବର୍ତ୍ତମାନର ସ୍ଥିତିକୁ ତୁଳନା କରି ମନ୍ତ୍ରୀ କହିଛନ୍ତି, ୨୦୨୩-୨୪ରେ ୨୦ ଲକ୍ଷ ୮୮ ହଜାର ଚାଷୀ ପଞ୍ଜୀକରଣ କରିଥିଲେ। କିନ୍ତୁ ମାତ୍ର ୧୫ ଲକ୍ଷ ଚାଷୀ ଧାନ ବିକ୍ରି କରିଥିଲେ। ସେହି ସମୟରେ ୫ ଲକ୍ଷ ୧୭ ହଜାର ଟୋକନ ଲାପ୍ସ ହୋଇଥିବା ମନ୍ତ୍ରୀ ଦାବି କରିଛନ୍ତି। ଏହା ପ୍ରାୟ ୨୫ ପ୍ରତିଶତ ଥିଲା ବୋଲି ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking