ଭୁବନେଶ୍ୱର: ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିମାନବନ୍ଦରରେ ରାଜ୍ୟପାଳ ବ୍ରଜ ମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମୁଖ୍ୟ ଶାସନ ସଚିବ , ମେୟର ଏବଂ ଅନ୍ୟ କିଛି ବରିଷ୍ଠ ଅଧିକାରୀ ରାଷ୍ଟ୍ରପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ପରେ ସୁରକ୍ଷାବଳୟ ସହ ରାଷ୍ଟ୍ରପତିଙ୍କ କାରକେଡ ସିଧା ଲୋକଭବନ ଅଭିମୁଖେ ବାହାରିଥିଲା । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କମିସନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏଥିସହ ଲୋକଭବନକୁ ଯିବା ପାଇଁ ସଂଯୋଗ କରୁଥିବା ରାସ୍ତାଗୁଡିକରେ ଏବଂ ପ୍ରତି ଛକରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ରାଷ୍ଟ୍ରପତିଙ୍କ ଏହି ୨ ଦିନିଆ ଓଡିଶା ଗସ୍ତକୁ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କୌଣସି ପ୍ରକାରେ ବି ଯେମିତି ଅପ୍ରିତୀକରପରିସ୍ଥିତି ନ ଉପୁଜେ ସେସବୁ ଉପରେ ନଜର ରଖାଯାଇଛି । ତେବେ ଅପରାହ୍ନରେ ଐତିହାସିକ କଟକ ବାଲିଯାତ୍ରା ଉଦଘାଟନ କରିବେ ମହାମହିମ । ଆସନ୍ତାକାଲି ଅଭିନ୍ନଚନ୍ଦ୍ର ହୋମିଓପାଥି କଲେଜ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ।










