26.1 C
Bhubaneswar
Tuesday, November 24, 2026
Homeଓଡିଶାଓଡିଆଙ୍କ ଅସୀମ ପରାକାଷ୍ଠା ସ୍ମରଣର ଦିନ: ମୁଖ୍ୟମନ୍ତ୍ରୀ

ଓଡିଆଙ୍କ ଅସୀମ ପରାକାଷ୍ଠା ସ୍ମରଣର ଦିନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଆଙ୍କ ଅସୀମ ପରାକାଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ। ଅତୀତ ଉତ୍କଳର ଗୌରବ ଗାଥା ମନେ ପକାଇ ପୂର୍ବ ପିଢିଙ୍କୁ ପ୍ରଶଂସା କଲେ। କହିଲେ, ଏହା କେବଳ ଏକ ପରମ୍ପରା ନୁହେଁ, ଏହା ଓଡିଆ ଜାତିର ଅସୀମ ପରାକାଷ୍ଠା ସ୍ମରଣର ଦିନ । ଓଡିଆ ଜାତିର ଏହା ଥିଲା ସାଂସ୍କୃତିକ ଦିଗବିଜୟ। ବେପାର, ବଣିଜ କରି ସେଦିନ କଳିଙ୍ଗକୁ ସାଧବ ପୁଅ ବିକଶିତ କରୁଥିଲେ। କିନ୍ତୁ ଆଜି ଓଡିଆ ଥକି ଯାଇଛି, ପୂର୍ବ ଗୌରବ ଭୁଲିଯାଇଛି। ସେହି ଅତୀତତର ସାହସକୁ ଦେଖାଇବାରେ ସମୟ ଆସିଛି । ଆଜି ବୋଇତ ବନ୍ଦାଣ ଓଡିଶାରେ ସୀମିତ ନାହିଁ , ସାରା ବିଶ୍ୱରେ ପାଳନ ହେଉଛି । ସାଧବ ପୁଅ ଯାହା ସ୍ୱପ୍ନ ଦେଖିଥିଲେ ଆମ ସରକାର ସେହି ଦିଗରେ ଆଗେଇ ଚାଲିଛି । ଅଢେଇ ବର୍ଷ ଶାସନରେ ଆମେ ଧୀରେ ଧୀରେ ସବୁ କ୍ଷେତ୍ରରେ ଅଗ୍ରସର ହେଉଛୁ । ପ୍ରାଚୀନ ବାଣିଜ୍ୟ ପରମ୍ପରାକୁ ଆଧୁନିକତାର ଛୁଙ୍କ ଦେଇଛୁ । ଆଜି ପୂର୍ବ ଭାରତର ସବୁଠାରୁ ବଡ ଶିଳ୍ପ ହବ ହେବାକୁ ଓଡିଶାକୁ ଗଢି ତୋଳିଛୁ । ସମୃଦ୍ଧ ହେବ ଓଡିଶା । ୨୩ ଲକ୍ଷ ୫୦ ହଜାର କୋଟିର ନିବେଶ ପ୍ରତିଶ୍ରୁତି ଆଣିଛୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking