28.1 C
Bhubaneswar
Tuesday, November 24, 2026
Homeଓଡିଶାସକାଳୁ ସକାଳୁ ଥରିଲା ନେପାଳ! ରିକ୍ଟର ସ୍କେଲରେ ତୀବ୍ରତା ୫.୩

ସକାଳୁ ସକାଳୁ ଥରିଲା ନେପାଳ! ରିକ୍ଟର ସ୍କେଲରେ ତୀବ୍ରତା ୫.୩

ନେପାଳ: ସକାଳୁ ସକାଳୁ ଥରିଲା ନେପାଳ! ଭୂମିକମ୍ପର ତୀବ୍ର ଝଟକାରେ ଦୋହରିଲା ନେପାଳ ସମେତ ପଡୋଶୀ ଅଞ୍ଚଳ । ରିକ୍ଟର ସ୍କେଲରେ ତୀବ୍ରତା ରହିଲା ୫.୩ । ଏହାର ଝଟକା ଭାରତ ସମେତ ଚୀନ, ଭୁଟାନ ଓ ବାଂଲାଦେଶର କିଛି ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଥିବା ଆଶଙ୍କା । ବିହାରର ସମସ୍ତିପୁରରେ ମଧ୍ୟ ପ୍ରାୟ ୨ ସେକେଣ୍ଡ ପର୍ଯ୍ୟନ୍ତ ଭୂମିକମ୍ପର ଝଟକା ଅନୁଭବ କରିଛନ୍ତି ଲୋକେ । ମଙ୍ଗଳବାର ସକାଳେ ୭ଟା ୨ ମିନିଟରେ ନେପାଳରେ ଅନୁଭୂତ ହୋଇଥିଲା । ଭୂମିକମ୍ପ । ଜାତୀୟ ଭୂମିକମ୍ପ ବିଜ୍ଞାନକେନ୍ଦ୍ର ବା ଏନସିଏସର ସୂଚନା ଅନୁସାରେ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୩ । ନେପାଳର ପୂର୍ବାଞ୍ଚଳରେ ସିକ୍କିମ ସୀମା ନିକଟରେ ରହିଥିଲା ଏହାର କେନ୍ଦ୍ରସ୍ଥଳ । ଭୂପୃଷ୍ଠରୁ ପ୍ରାୟ ୨୦ କିମି ଗଭାରତାରେ ଏହି ଭୂକମ୍ପ ସୃଷ୍ଟି ହୋଇଥିଲା । ତେବେ ଏହି ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି ଜୀବନହାନି କିମ୍ବା ସମ୍ପତ୍ତି କ୍ଷୟକ୍ଷତିର ତତ୍କାଳୀନ ସୂଚନା ମିଳିନାହିଁ । ଭୂମିକମ୍ପ ସମ୍ପର୍କିତ ଅଧିକ ତଥ୍ୟ ପାଇଁ ଏନସିଏସ ପକ୍ଷରୁ ଏହାର ଅଧିକାରିକ ମନିଟରିଂ ପ୍ଲାଟଫର୍ମ ଦେଖିବାକୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking