କଟକ : ଆଜିଠୁ ଐତିହାସିକ ବାଲିଯାତ୍ରା । ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରାଚୀନ କଳିଙ୍ଗର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବୀତ ରଖିବା ଲକ୍ଷ୍ୟରେ ଆଜିଠୁ କଟକ ମହାନଦୀ କୂଳରେ ଆରମ୍ଭ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା । ଭାରତର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଲିଯାତ୍ରାର ଉଦଘାଟନୀ କରିବେ । ତାଙ୍କ ସହିତ ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ । ଚଳିତ ବାଲିଯାତ୍ରାରେ ୨ ହଜାରରୁ ଅଧିକ ଷ୍ଟଲ ଖୋଲୁଛି । ଦୋଳି ହସ୍ତତନ୍ତ, ଓରମାସ, ଠୁଙ୍କାପୁରୀ, ଦହିବରା ଇତ୍ୟାଦି ଆକର୍ଷଣ ପାଲଟିବ । ସେପଟେ ପାରାଦୀପରେ କଳିଙ୍ଗ ବାଲିଯାତ୍ରାର ଶୁଭାରମ୍ଭ ହୋଇଛି । ପ୍ରଦୀପ ପ୍ରଜଲ୍ୱନ କରି କଳିଙ୍ଗ ବାଲିଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନିଃସନ୍ଦେହରେ ଏହା ଓଡ଼ିଆ ପରିଚୟ ସହ ଗଭୀର ଭାବେ ଜଡ଼ିତ ଏକ ପର୍ବ। ଚଳିତ ବର୍ଷ ଓଡ଼ିଶା ସରକାର ଇଣ୍ଡୋନେସିଆର ବାଲି ଠାରେ ମଧ୍ୟ କଳିଙ୍ଗ ବାଲିଯାତ୍ରା ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି।










