25.1 C
Bhubaneswar
Tuesday, November 24, 2026
Homeଓଡିଶାକାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ର ଜନସମୁଦ୍ର

କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ର ଜନସମୁଦ୍ର

ପୁରୀ : କାର୍ତ୍ତିକ ପୂର୍ଣ୍ଣିମାରେ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଆଜି ପବିତ୍ର କାର୍ତ୍ତିକ ମାସର ଅନ୍ତିମ ଦିନ । ପଞ୍ଚୁକ ବ୍ରତର ଶେଷ ଦିନ ସହ ପାଳିତ ହେଉଛି କାର୍ତ୍ତିକ ପୂର୍ଣ୍ଣିମା । ଏହି ପବିତ୍ର ଦିନରେ ଶ୍ରୀକ୍ଷେତ୍ର ପୁରୀରେ ଦେଖିବାକୁ ମିଳିଛି ଭକ୍ତି ଓ ଆଧ୍ୟାତ୍ମିକତାର ଅପୂର୍ବ ପରିବେଶ । ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଚଳଚଞ୍ଚଳ ହୋଇଉଠିଛି ପୁରା ଶ୍ରୀକ୍ଷେତ୍ର ।ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଏହି ଅବସରରେ ଶ୍ରୀଜିଉମାନେ ରାଜ ରାଜେଶ୍ୱର ବେଶରେ ସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେବେ । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ଦେଖିବାକୁ ମିଳିଛି ।

ଅନ୍ୟପଟେ କାର୍ତ୍ତିକ ପୂର୍ଣ୍ଣିମାର ଆଉ ଏକ ପ୍ରମୁଖ ପରମ୍ପରା ହେଉଛି ଡଙ୍ଗା ଭସା । ଭୋରରୁ ହିଁ ହବିଷ୍ୟାଳୀଙ୍କଠାରୁ ଆରମ୍ଭ କରି ଶ୍ରଦ୍ଧାଳୁମାନେ ମହୋଦଧି ଏବଂ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଛନ୍ତି । ଏହାପରେ କଦଳୀ ପଟୁଆ, ସୋଲ ଓ କାଗଜ ଡଙ୍ଗାରେ ଦୀପ ଜାଳି ଜଳରେ ଭସାଇଛନ୍ତି । ଏହି ପରମ୍ପରା ସହ ଯୋଡ଼ି ହୋଇ ରହିଛି ଆମ ପୂର୍ବପୁରୁଷଙ୍କ ସାଧବପୁଅଙ୍କ ସାମୁଦ୍ରିକ ବାଣିଜ୍ୟର ଗୌରବମୟ ଇତିହାସ ।ଗତକାଲି ରାତିରୁ ହିଁ ହଜାର ହଜାର ଶ୍ରଦ୍ଧାଳୁ ପୁରୀରେ ପହଞ୍ଚିଥିଲେ। ଭୋରରୁ ସ୍ନାନ ଓ ଡଙ୍ଗା ଭସା ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲମ୍ବା ଧାଡ଼ିରେ ଅପେକ୍ଷା କରିଛନ୍ତି ଭକ୍ତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking