ବାଲେଶ୍ୱର : ସାମାନ୍ୟ କଥା କଟାକଟିରୁ ବଚସା । ଉଗ୍ରରୂପ ନେଲା ଦୁଇ ଛାତ୍ରଙ୍କ ବଚସା । ଜଣଙ୍କ ଛୁରାମାଡ଼ରେ ଅନ୍ୟଜଣେ ଆହତ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱରପବ୍ଲିକସରକାରୀହାଇସ୍କୁଲରେ । ଆହତ ଛାତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।ବାଲେଶ୍ୱର ପବ୍ଲିକ ସରକାରୀ ହାଇସ୍କୁଲରେ ଘଟିଛି ଅଘଟଣ । ଦଶମ ଶ୍ରେଣୀର ଦୁଇ ଛାତ୍ରଙ୍କ ମଧ୍ୟରେ ସାମାନ୍ୟ କଥା କଟାକଟିକୁ ନେଇ ବଚସା ହୋଇଥିଲା । ପରେ ଏହା ଉଗ୍ର ରୂପ ନେଇଥିଲା । ଫଳରେ ଜଣେ ଛାତ୍ର ଉତ୍କ୍ଷିପ୍ତ ହୋଇ ଅନ୍ୟ ଜଣେ ଛାତ୍ରଙ୍କୁ ଛୁରୀରେ ଆକ୍ରମଣ କରିଥିଲା । ଆକ୍ରମଣରେ ଛାତ୍ରଙ୍କ ବେକରେ ଆଘାତ ଲାଗିଛି । ଏହା ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ ଶିକ୍ଷକ ଓ ଶିକ୍ଷୟିତ୍ରୀ । ତୁରନ୍ତ ଆହତ ଛାତ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଆହତ ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।










