କଟକ: ଚଳିତ ବର୍ଷ ସବୁଜ ବାଲିଯାତ୍ରା କରିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ଉଦ୍ୟମ କରାଯାଇଛି । ଏଥିପାଇଁ ପ୍ଲାଷ୍ଟିକ୍ ଓ ପଲିଥିନ୍ ଉପରେ ଏକ ପ୍ରକାରର କଟକଣା କରାଯାଇଛି । ଏହାରି ମଧ୍ୟରେ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ପ୍ରୟାସ କରିଛି ଜିଲ୍ଲା ପ୍ରଶାସନ । ଗତ ବର୍ଷ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଶାସନ ପକ୍ଷରୁ ଶାଳପତ୍ରରେ ଡଙ୍ଗା ତିଆରି କରାଯାଇ ଭସା ଯାଇଥିଲା । ଲୋକମାନଙ୍କୁ ନଦୀ ପ୍ରଦୂଷଣ ମୁକ୍ତ ରଖିବାର ବାର୍ତ୍ତା ବଣ୍ଟା ଯାଇଥିଲା ।ସେହିଭଳି ଏ ବର୍ଷ ୨୦ ହଜାରରୁ ଅଧିକ କଦଳୀ ପାଟୁଆ ମହାନଦୀରେ ଭସାଇବା ପାଇଁ ଯୋଜନା କରାଯାଇଛି । ଏ ନେଇ ଆନ୍ଧ୍ରପ୍ରଦେଶ ସମେତ ବିଭିନ୍ନ ସ୍ଥାନରୁ ହଜାର ହଜାର କଦଳୀ ଗଛ ଆସି ବାଲିଯାତ୍ରା ପଡ଼ିଆରେ ଗଦା ହୋଇଛି । କଟକ ଇନ୍ କଟକ ଏବଂ ଓର୍ମାସ ମଝିରେ ଏହି କଦଳୀ ଗଛ ଗଦା କରାଯାଇଛି । ବିଡ଼ାନାସୀର ଏସ୍ଏଚ୍ଜିମାନଙ୍କ ଦ୍ୱାରା କଦଳୀ ପାଟୁଆ ଡଙ୍ଗା ତିଆରି କରାଯାଉଛି ।










