31.1 C
Bhubaneswar
Monday, November 23, 2026
Homeଓଡିଶାଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନରେ ୧୫.୩୬% ହ୍ରାସ

ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନରେ ୧୫.୩୬% ହ୍ରାସ

ଭୁବନେଶ୍ୱର: କାହିଁକି କମିଲା କେନ୍ଦ୍ରୀୟ ଅନୁଦାନ ମୁଖ୍ୟମନ୍ତ୍ରୀ କହିଲେ କାରଣ । ଓଡିଶାକୁ କେନ୍ଦ୍ରୀୟ ଅନୁଦାନରେ ୧୫.୩୬ ପ୍ରତିଶତ ହ୍ରାସ ହୋଇଛି । ଗତବର୍ଷ ତୁଳନାରେ ଏଥର କେନ୍ଦ୍ରୀୟ ଅନୁଦାନ କମିଛି । ଗତବର୍ଷ ମିଳିଥିଲା ୭୬୧୩ କୋଟି, ଏଥର ମିଳିଛି ୬୪୪୪ କୋଟି । କେନ୍ଦ୍ରୀୟ ଅନୁଦାନରେ କେତେ ଟଙ୍କା ପାଇଛି ଓଡିଶା ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ । ତେବେ କାହିଁକି କମିଛି କେନ୍ଦ୍ରୀୟ ଅନୁଦାନ କାରଣ କହିଲେ, ମୁଖ୍ୟମନ୍ତ୍ରୀ, ୧୬ ତମ ଅର୍ଥ ଆୟୋଗର ନୂଆ ବ୍ୟବସ୍ଥା: ୨୦୨୬-୨୭ ଆର୍ଥିକ ବର୍ଷ ହେଉଛି ୧୬ ତମ ଅର୍ଥ ଆୟୋଗର କାର୍ଯ୍ୟକାଳର ପ୍ରଥମ ବର୍ଷ । ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସ୍ଥାନୀୟ ନିକାୟଗୁଡିକ ପାଇଁ ଉଦ୍ଦିଷ୍ଟ ଅନୁଦାନ ଏ ପର୍ଯ୍ୟନ୍ତ ମିଳିନାହିଁ । ଷୋଡଶ ଅର୍ଥ ଆୟୋଗର ନୂଆ ମାର୍ଗଦର୍ଶିକା ଓ ସର୍ତ୍ତାବଳୀ ପାଳନ ପ୍ରକ୍ରିୟା ଯୋଗୁଁ ଅନୁଦାନ ପ୍ରଦାନରେ ବିଳମ୍ବ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking