30.1 C
Bhubaneswar
Monday, November 23, 2026
Homeଓଡିଶାହରିହର ବେଶରେ ବାବା ଧବଳେଶ୍ୱର ! ଦର୍ଶନ ପାଇଁ ଛୁଟିଲା ଭକ୍ତଙ୍କ ସୁଅ

ହରିହର ବେଶରେ ବାବା ଧବଳେଶ୍ୱର ! ଦର୍ଶନ ପାଇଁ ଛୁଟିଲା ଭକ୍ତଙ୍କ ସୁଅ

କଟକ: ଧବଳେଶ୍ୱର ପୀଠରେ ଭକ୍ତିମୟ ପରିବେଶ । ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ଲାଗି ହେଲା ପ୍ରସିଦ୍ଧ ଗଜଭୋଗ । ଭୋରରୁ ବାବାଙ୍କ ଦର୍ଶନ ପାଇଁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ୧୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ । ଓଁ ନମଃ ଶିବାୟ ଧ୍ୱନିରେ କମ୍ପୁଛି ବାବା ଧବଳେଶ୍ୱରଙ୍କ ପୀଠ । ମହାକାର୍ତ୍ତିକର ପବିତ୍ର ଅବସରରେ ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା । ଠାକୁରଙ୍କ ନିକଟରେ ଲାଗି ହୋଇଛି ପ୍ରସିଦ୍ଧ ଗଜଭୋଗ ଓ ତରଣ । ଏହି ଦୁର୍ଲଭ ଦର୍ଶନ ପାଇବା ପାଇଁ ରାତିରୁ ହିଁ ଧବଳେଶ୍ୱର ପୀଠରେ ଲାଗିଛି ଭକ୍ତଙ୍କ ଗହଳି । ଭୋରୁ ଭୋରୁ ବାବାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ।କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ମନ୍ଦିରରେ ଆଜି ଦେଖିବାକୁ ମିଳିଛି ଆଧ୍ୟାତ୍ମିକ ଉତ୍ସାହ । ମହାକାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧିକ୍ଷଣରେ ବାବାଙ୍କ ନିକଟରେ ଲାଗି ହୋଇଛି ସ୍ୱତନ୍ତ୍ର ଗଜଭୋଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking