ଭୁବନେଶ୍ୱର: ବିଧାନସଭା ଶୀତଅଧିବେଶନର ଆଜି ଚତୁର୍ଥ ଦିନ । ପ୍ରଶ୍ନକାଳ ଆରମ୍ଭରୁ କିଛି ସମୟ ହୋହଲ୍ଲା ଚାଲିଥିବା ବେଳେ ବାଚସ୍ପତି ରାମଚନ୍ଦ୍ର କାଡାମଙ୍କୁ କହିବାକୁ ସୁଯୋଗ ଦେଇଥିଲେ । କୋଟିଆ ପ୍ରସଙ୍ଗକୁ ନେଇ କାଡାମ କହିଥିଲେ ଯେ, କୋଟିଆ ହେଉଛି ଓଡିଶା ସୀମାନ୍ତ ଅବିଚ୍ଛେଦ୍ୟ ଅଙ୍ଗ । ଏଣୁ ଏହି ବିଷୟରେ ଆଲୋଚନା କରିବା ପାଇଁ ଉପଯୁକ୍ତ ସମୟ ଦେଇ ବିଧାୟକଙ୍କ ସହ ମନ୍ତ୍ରୀ ଗୃହରେ ନିବେଦନ କରିଥିଲେ । ପରେ ବାଚସ୍ପତି କହିଥିଲେ ଯେ, ରାଜସ୍ୱ ବିଭାଗ ଆଲୋଚନା ବେଳେ ଆଲୋଚନା କରାଯିବ, ପର୍ଯ୍ୟାପ୍ତ ସମୟ ମିଳିବ । ଏହାପରେ ପ୍ରଶ୍ନକାଳରେ ସହଯୋଗ କରିବା ପାଇଁ ବିରୋଧୀଙ୍କୁ କହିଥିଲେ । ତେବେ କିଛି ଦିନର ବ୍ୟବଧାନ ପରେ ସୁରୁଖୁରୁରେ ଚାଲିଛି ବିଧାନସଭା ପ୍ରଶ୍ନକାଳ । ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେଉଛି ଆଲୋଚନା । ଏହି ଶୀତଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି ।










