26.1 C
Bhubaneswar
Sunday, November 22, 2026
Homeଓଡିଶାଆସନ୍ତାକାଲିଠାରୁ ଆରମ୍ଭ ହେବ କ୍ଷୟକ୍ଷତି ଆକଳନ: ମନ୍ତ୍ରୀ

ଆସନ୍ତାକାଲିଠାରୁ ଆରମ୍ଭ ହେବ କ୍ଷୟକ୍ଷତି ଆକଳନ: ମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟାଜନିତ କ୍ଷୟକ୍ଷତିର ଆକଳନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ବାତ୍ୟାରେ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ନିୟମ ଅନୁସାରେ ଇନ୍‌ପୁଟ୍ ସବ୍‌ସିଡି ପ୍ରଦାନ କରାଯିବ। ଏଥିସହ ଯେଉଁ ଚାଷୀଙ୍କ ଧାନ ବର୍ଷାରେ ଓଦା ହୋଇଛି, ସେମାନଙ୍କୁ ମଧ୍ୟ ନିୟମ ଅନୁଯାୟୀ କ୍ଷତିପୂରଣ ଦିଆଯିବ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି।ମନ୍ତ୍ରୀ କହିଛନ୍ତି ଯେ ବାତ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ ପରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ନିୟମ ଅନୁସାରେ ସହାୟତା ଯୋଗାଇ ଦିଆଯିବ। ଏଥିପାଇଁ ଆସନ୍ତାକାଲିଠାରୁ କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଆରମ୍ଭ ହେବ।

ଅନ୍ୟପକ୍ଷରେ ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ସରକାର ଦୀର୍ଘମିଆଦୀ ଯୋଜନା ହାତକୁ ନେଇଛନ୍ତି। ଓଡ଼ିଶାର ନଦୀ ବ୍ୟବସ୍ଥାର ସାମଗ୍ରିକ ବିକାଶ ଓ ଭିତ୍ତିଭୂମି ସୁଦୃଢ଼ୀକରଣ ପାଇଁ ଡିପିଆର୍ (DPR) ପ୍ରସ୍ତୁତ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ୮ଟି ନଦୀ ସିଷ୍ଟମ୍‌ର ଭିତ୍ତିଭୂମି ବିକାଶ କରାଯିବ।ମନ୍ତ୍ରୀଙ୍କ ସୂଚନା ଅନୁସାରେ, ରାଜ୍ୟର ୧୧ଟି ନଦୀ ସିଷ୍ଟମ୍ ମଧ୍ୟରୁ ମହାନଦୀ ଓ ରେଙ୍ଗାଲୀ ସିଷ୍ଟମ୍ ଠିକ୍ ଭାବେ କାର୍ଯ୍ୟ କରୁଛି। ଅବଶିଷ୍ଟ ନଦୀ ସିଷ୍ଟମ୍‌ଗୁଡ଼ିକର ବିକାଶ ପାଇଁ ଦୀର୍ଘମିଆଦୀ ରୋଡ୍‌ମ୍ୟାପ୍ ପ୍ରସ୍ତୁତ ହେବ। ଏହି ଯୋଜନାର ବୈଷୟିକ ଦିଗ ନେଇ ଆଇଆଇଟି ରୁର୍କି ସହ ମଧ୍ୟ ଯୋଗାଯୋଗ କରାଯାଇଛି ବୋଲି ସୁରେଶ ପୂଜାରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking