ଭୁବନେଶ୍ୱର: ବାତ୍ୟା ଆକଭାନ ଅବପାତରେ ପରିଣତ ହୋଇଛି ବୋଲି-ଜେଟିଡବ୍ଲୁସିର ଅନ୍ତିମ ଚେତାବନୀ – ଚେତାବନୀ ନମ୍ବର ୦୧୩ ରୁ ଜଣାପଡଛି।ଆମେରିକା ନୌସେନାର ଜେଟିଡବ୍ଲୁସି ଗତକାଲି ରାତି ୨.୩୦ରେ ଚେତାବନୀ ନମ୍ବର ୦୧୩ ଜାରି କରି କହିଛି, “JTWC ପକ୍ଷରୁ ଏହି ସିଷ୍ଟମ୍ ଉପରେ ଏହା ହେଉଛି ଚୂଡ଼ାନ୍ତ ଚେତାବନୀ ” – ଏହା ଆକଭାନ ଉପରେ ଆମର ଶେଷ ଚେତାବନୀ ବୋଲି ଲେଖିଛି।
ଜେଟିଡବ୍ଲୁସି କଣ କହିଲା?
“DISSIPATED AS A SIGNIFICANT TROPICAL CYCLONE OVER WATER”
ଅର୍ଥାତ୍ ଆକଭାନ ସମୁଦ୍ରରେ ହିଁ ଏକ ସାଧାରଣ ଲଘୁଚାପ / ଅବପାତ (Depression) ପାଲଟି ଗଲା। ଏହା ଏବେ ଆଉ ବାତ୍ୟା ମାନଦଣ୍ଡ ପୂରଣ କରୁନାହିଁ।
ଜେଟିଡବ୍ଲୁସି ଆହୁରି କହିଛି:
– ASCAT ଉପଗ୍ରହ ଯାଞ୍ଚରୁ ଜଣାପଡ଼ିଲା ବାତ୍ୟାର କେନ୍ଦ୍ର ବହୁତ ଲମ୍ବା ଓ ଦୁର୍ବଳ ହୋଇଯାଇଛି।
– ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହା ଆଉ ଶକ୍ତିଶାଳୀ ହେଇପାରିବ ନାହିଁ।
– ଆଗାମୀ ୧୨ ଘଣ୍ଟା ଭିତରେ ଭାରତ ଉପକୂଳରେ ସ୍ଥଳଭାଗ ଛୁଇଁବ, ତା’ପରେ ଉତ୍ତରକୁ ଯାଇ ଆହୁରି ଦୁର୍ବଳ ହୋଇଯିବ
ପବନ ବିପଦ ପ୍ରାୟ ଟଳିଛି, ହେଲେ ବର୍ଷା ବିପଦ ଅଛି।
ଜେଟିଡବ୍ଲୁସି ମତରେ ଏହା ଆଉ ବାତ୍ୟା ନୁହେଁ, କିନ୍ତୁ ଆଇଏମଡି ଏବେ ବି ଏହାକୁ ଭୀଷଣ ବାତ୍ୟା ବୋଲି କହୁଛି ଓ ଆଜି ମଧ୍ୟାହ୍ନ ସୁଦ୍ଧା ଗୋପାଳପୁର ପାଖରେ ସ୍ଥଳଭାଗ ଛୁଇଁବ ବୋଲି କହୁଛି, ପବନ ବେଗ ୯୦-୧୦୦ କି.ମି. ରହିବ ବୋଲି ଆକଳନ କରୁଛି।
ସେଥିପାଇଁ ସରକାର ଏବେ ବି ସତର୍କ ଅଛନ୍ତି।
୨୦ ନଭେମ୍ବର ପାଇଁ:
– କଟକ: ଏବେ ୨୨°C, ବର୍ଷା ଚାଲିଛି, ପବନ ମାତ୍ର ୧୪ କି.ମି., ଆଜି ଦିନରେ ୨୨ ମି.ମି. ବର୍ଷା, ବିଜୁଳି ଘଡ଼ଘଡ଼ି ସହ ବର୍ଷା। ପବନ ଭୟ ନାହିଁ।
– ଭୁବନେଶ୍ୱର: ସାରା ଦିନ ବର୍ଷା, ବିଜୁଳି ଘଡ଼ଘଡ଼ି, ତଳିଆ ଅଞ୍ଚଳରେ ଜଳବନ୍ଦୀ ହୋଇପାରେ।
– ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା: ଆଜି ବି ରେଡ୍ ଆଲର୍ଟ – ପ୍ରବଳରୁ ଅତି ପ୍ରବଳ ବର୍ଷା।
– ଖୋର୍ଦ୍ଧା, କଟକ, ନୟାଗଡ଼: ଅରେଞ୍ଜ ୱାର୍ଣ୍ଣିଂ
ଆକଭାନ ଏବେ ଫଣୀ କି ଫାଇଲିନ୍ ଭଳି ବାତ୍ୟା ନୁହେଁ। ଏହା ଏକ ବର୍ଷା ଦେଉଥିବା ଲଘୁଚାପ ପାଲଟି ଯାଇଛି। କିନ୍ତୁ ଆଜି ଦିନକ ବର୍ଷାକୁ ହାଲକାରେ ନିଅନ୍ତୁ ନାହିଁ। ଘରେ ରୁହନ୍ତୁ, ବିଜୁଳି ଘଡ଼ଘଡ଼ି ବେଳେ ବାହାରକୁ ଯାଆନ୍ତୁ ନାହିଁ।










