ଗଞ୍ଜାମ: ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା ଅକୱାନ । ଘଣ୍ଟା ପ୍ରତି ପବନର ବେଗ ୭୦ରୁ ୮୦, ଝଟକା ପବନ ୯୦ କିମି ରହିଛି । ୨ଘଣ୍ଟା ଧରି ଚାଲିପାରେ ଲ୍ୟାଣ୍ଡଫଲ ପ୍ରକ୍ରିୟା । ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ଆକଳନ ଅନୁଯାୟୀ, ଆଉ ମାତ୍ର ୨ ଘଣ୍ଟା ମଧ୍ୟରେ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ । ବାତ୍ୟା ଉପକୂଳର ଖୁବ୍ ନିକଟରେ ପହଞ୍ଚି ସାରିଥିବାରୁ ଏବେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ବଦଳିଯାଇଛି ଏବଂ ପବନ ସହ ତୁହାକୁ ତୁହା ବର୍ଷା ଲାଗି ରହିଛି ।










