21.1 C
Bhubaneswar
Thursday, November 19, 2026
Homeଓଡିଶାବାତ୍ୟା ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ: ଭଦ୍ରକରେ ନଦୀବନ୍ଧ ଓ ଜଳ ନିଷ୍କାସନ ପଥର ସ୍ଥିତି ଯାଞ୍ଚ...

ବାତ୍ୟା ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ: ଭଦ୍ରକରେ ନଦୀବନ୍ଧ ଓ ଜଳ ନିଷ୍କାସନ ପଥର ସ୍ଥିତି ଯାଞ୍ଚ କଲେ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଜଳ ନିଷ୍କାସନ ବ୍ୟବସ୍ଥା ସୁଦୃଢ଼ କରିବା, କ୍ଷେତ୍ରସ୍ତରୀୟ ସତର୍କତା ଉଦ୍ଦେଶ୍ୟରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ (କ୍ରୟ) ଇଂ. ନିରଞ୍ଜନ ରାଉତ ଭଦ୍ରକ ଜିଲ୍ଲାର ବିଭିନ୍ନ ବିପଦସଂକୁଳ ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଗସ୍ତ ସମୟରେ ସେ କ୍ଷେତ୍ରୀୟ ଯନ୍ତ୍ରୀମାନଙ୍କ ସହ ସାଳନ୍ଦୀ ଓ ନାଳିଆ ନଦୀର ବିଭିନ୍ନ ସମ୍ବେଦନଶୀଳ ନଦୀବନ୍ଧ ଓ ଘାଇ ସମ୍ଭାବନା ଥିବା ସ୍ଥାନଗୁଡ଼ିକ ଯାଞ୍ଚ କରିଥିଲେ।

ପରିଦର୍ଶନ ସମୟରେ ବିପଦସଂକୁଳ ସ୍ଥାନଗୁଡ଼ିକର ବର୍ତ୍ତମାନର ସ୍ଥିତି ଆକଳନ କରିବା ସହ ବନ୍ୟା ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ନିକଟବର୍ତ୍ତୀ ଜନବସତିର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା।ଏହାବ୍ୟତୀତ ସର୍ବୋଚ୍ଚ ଯନ୍ତ୍ରୀ ଭଦ୍ରକ ଡ୍ରେନେଜ୍ ଡିଭିଜନ୍ ଅଧୀନରେ ଥିବା ବିଭିନ୍ନ ଜଳ ନିଷ୍କାସନ ପଥ ଓ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଥିବା ସ୍ଥାନଗୁଡ଼ିକ ମଧ୍ୟ ପରିଦର୍ଶନ କରିଥିଲେ। ବିଶେଷକରି ଆରଡ଼ି ଛକଠାରେ ଦେଖାଦେଉଥିବା ଜଳବନ୍ଦୀ ସମସ୍ୟା ଏବଂ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)ର ସଡ଼କ ଭିତ୍ତିଭୂମି ଯୋଗୁଁ ଜଳ ନିଷ୍କାସନରେ ସୃଷ୍ଟି ହେଉଥିବା ସମସ୍ୟା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଜଳ ନିଷ୍କାସନ ପଥରେ ଥିବା ଅବରୋଧ ଚିହ୍ନଟ କରିବା, ବିପଦସଂକୁଳ ସ୍ଥାନଗୁଡ଼ିକୁ ସୁଦୃଢ଼ କରିବା ଏବଂ ଜଳର ସ୍ୱାଭାବିକ ନିଷ୍କାସନ ସୁନିଶ୍ଚିତ କରିବା ଉପରେ ଏହି କ୍ଷେତ୍ର ପରିଦର୍ଶନରେ ଗୁରୁତ୍ୱ ଦିଆଯାଇଥିଲା। ଏହାଦ୍ୱାରା ନିକଟବର୍ତ୍ତୀ ଜନବସତି ଓ ସାର୍ବଜନୀନ ଭିତ୍ତିଭୂମି ପ୍ରତି ଜଳବନ୍ଦୀ ଓ ବନ୍ୟାଜନିତ ବିପଦକୁ ହ୍ରାସ କରାଯାଇପାରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking