ଭୁବନେଶ୍ୱର : ସରପଞ୍ଚମାନଙ୍କ ଆନ୍ଦୋଳନ ପ୍ରସଙ୍ଗରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ପ୍ରତିକ୍ରିୟା ରଖିଛନ୍ତି। ଆନ୍ଦୋଳନ ନୁହେଁ, ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ସମ୍ଭବ ବୋଲି ସେ କହିଛନ୍ତି। ପଞ୍ଚାୟତଗୁଡ଼ିକୁ ସଶକ୍ତ କରିବା ପାଇଁ ଭିବି-ଜି ରାମଜୀ, ୧୬ତମ ଅର୍ଥ ଆୟୋଗ ଏବଂ ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ଭଳି ବ୍ୟବସ୍ଥା ମାଧ୍ୟମରେ ଅର୍ଥ ଯୋଗାଣର ପଦକ୍ଷେପ ନିଆଯାଇଛି। ପଞ୍ଚାୟତରେ ହେଉଥିବା କାର୍ଯ୍ୟ ଆଧାରରେ ଅର୍ଥ ପ୍ରଦାନ କରାଯାଉଛି । ସରପଞ୍ଚମାନେ ଆନ୍ଦୋଳନରୁ ଓହରି ଆଲୋଚନାକୁ ଆସିବାକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେମାନଙ୍କ ସମସ୍ୟା ସମ୍ପର୍କରେ ସରକାର ଅବଗତ ଅଛନ୍ତି। ଆଲୋଚନା ମାଧ୍ୟମରେ ଏହାର ପ୍ରତିକାର କରାଯାଇପାରିବ ବୋଲି ମନ୍ତ୍ରୀ କହିଛନ୍ତି ।










