ନୂଆଦିଲ୍ଲୀ : କ୍ଷୀର କେବଳ ପିଇବା ପାଇ କିଣା ଯାଏ ନାହିଁ । ଏହା ଦହି,ଘିଅ,ପନିର୍,ମିଠା ଇତ୍ୟାଦି ଅନ୍ୟାନ ଉତ୍ପାଦ ତିଆରି କରିବା ପାଇଁ ବ୍ୟବହାର ହୁଏ । । ଅମୂଲ,ମଦର ଡେରୀ ଓ କର୍ଣ୍ଣାଟକର ନନ୍ଦିନୀ ଭଳି ପ୍ରମୁଖ କ୍ଷୀର କମ୍ପାନୀଗୁଡ଼ିକ ଦରର ମୂଲ୍ୟ ବଢିଛି । କିଛି ସ୍ଥାନରେ କ୍ଷୀରରେ ଦର ୨ ଟଙ୍କା ବୃଦ୍ଧି ପାଇଥିବା ବେଳେ ଅନ୍ୟ ସ୍ଥାନରେ ୪ ଟଙ୍କା ବୃଦ୍ଧି ପାଇଛି । ଏପଟେ ଦର ବୃଦ୍ଧି ସେପଟେ ଘରର ଖର୍ଚ୍ଚ ।୧୮ ନଭେମ୍ବର, ୨୦୨୬ରେ ପ୍ରକାଶିତ ହେଉଥିବା କେୟାର ଏଜ୍ ରେଟିଂ ରିପୋର୍ଟ ଅନୁଯାୟୀ, ଭାରତର ପ୍ରମୁଖ ଦୁଗ୍ଧ କମ୍ପାନିଗୁଡ଼ିକ ୨୦୨୬-୨୭ ବର୍ଷରେ କ୍ଷୀର ମୂଲ୍ୟ ପ୍ରତି ଲିଟର ପିଛା ୪ ରୁ ୮ ଟଙ୍କା ବୃଦ୍ଧି ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ବୃଦ୍ଧି ଏପରି ସମୟରେ ହୋଇଛି ଯେତେବେଳେ ଅକ୍ଟୋବର ଏବଂ ଫେବୃଆରୀ ମଧ୍ୟରେ କ୍ଷୀର ଉତ୍ପାଦନ ସାଧାରଣତଃ ବୃଦ୍ଧି ପାଏ, ଯାହା ଫଳରେ ବଜାରରେ ଆବଶ୍ୟକ ସମୟରେ ମିଳିବା ଭଲ । ତେବେ ଏଥର କ୍ଷୀର କାହିଁକି ମହଙ୍ଗା ହେଉଛି?










