ଭୁବନେଶ୍ୱର : ବାତ୍ୟା ଓ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ସଜାଗ ରାଜ୍ୟ ସରକାର। ୧୪ ତାରିଖରୁ ବାତ୍ୟାର ଗତିବିଧି ଉପରେ ନଜର ରଖିଛି ଜଳସମ୍ପଦ ବିଭାଗ। ଆଜିଠାରୁ ସମସ୍ତ ଜଳଭଣ୍ଡାରର ଗେଟ୍ ବନ୍ଦ ରହିବା ସହ ଜଳସ୍ତର ୫୦ ପ୍ରତିଶତ ହ୍ରାସ କରାଯାଇଛି। ବର୍ତ୍ତମାନ ସ୍ଥିତିରେ ବଡ଼ ବନ୍ୟାର ଆଶଙ୍କା ନାହିଁ ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ।ହୀରାକୁଦ ଉପରେ ମଧ୍ୟ ବାତ୍ୟାର ପ୍ରଭାବ ନାହିଁ। ତେବେ ବଂଶଧାରା, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ମହାନଦୀ, ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀ ଉପରେ ରହିଛି କଡ଼ା ନଜର। ଆସନ୍ତାକାଲି ସର୍ବାଧିକ ବର୍ଷା ଆଶଙ୍କା ଥିବାରୁ ସତର୍କତା ଅବଲମ୍ବନ କରାଯାଇଛି।










