ଭୁବନେଶ୍ୱର: ଆସନ୍ତାକାଲି ସକାଳ ୧୦ଟା ୩୦ ଯାଏଁ ଗୃହ ମୁଲତବୀ । ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ଯେଗୁଁ ମୁଲତବୀ କରିଛନ୍ତି ବାଚସ୍ପତି ।ବନ୍ୟା ମୁକାବିଲାରେ ସରକାର ଫେଲ ଅଭିଯୋଗରେ ବିଜେଡି ହୋହଲ୍ଲା କରିଥିବା ବେଳେ କଂଗ୍ରେସ ସଦସ୍ୟ କୋଟିଆ ପ୍ରସଙ୍ଗକୁ ଉଠାଇ ପ୍ରତିବାଦ କରିଥିଲେ । ପୂର୍ବରୁ ମଧ୍ୟ ପ୍ରଶ୍ନକାଳ ଆରମ୍ଭରୁ ବିରୋଦୀ ହଟ୍ଟଗୋଳ କରିଥିଲେ । ଚାଲିପାରିନଥିଲା ପ୍ରଶ୍ନକାଳ । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ କରିଥିଲେ । ଚଳିତ ଶୀତ ଅଧିବେଶନରେ ମୋଟ ୩୩ ଟି କାର୍ଯ୍ୟ ଦିବସ ରହିଛି । ତେବେ ଆସନ୍ତାକାଲି ଗୃହକାର୍ଯ୍ୟ ସ୍ୱାଭାବିକ ରହିବ ନାଁ ଆଜି ଭଳି ଧୋଇହୋଇଯିବା ତାହା ଅପେକ୍ଷାରେ ଜନତା ।










