ହରିୟାଣା: ହରିୟାଣାର କୈଥଲରେ ଶନିବାର ରାତି ପ୍ରାୟ ୨ଟା ସମୟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ପାଇ ଓ ସିସମୋର ମଧ୍ୟରେ ଏକ କାର୍ କେନାଲ ପୋଲ ସହିତ ଏକ କାର ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୩ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ମୃତକମାନେ ଗୋଟିଏ ପରିବାରର ସଦସ୍ୟ ଏବଂ କରୋଡ଼ା ଗାଁର ବାସିନ୍ଦା ଥିଲେ । ଧକ୍କା ଏତେ ଜୋରଦାର ଥିଲା ଯେ କାର୍ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା । ସୂଚନାନୁଯାୟୀ, ଯୁବକମାନେ କରୋଡ଼ା ଗାଁରୁ କୈଥଲ ଅଭିମୁଖେ ଯାଉଥିଲେ । କ୍ଷେତରେ ଧାନ ଅମଳ କାମ ସାରିବା ପରେ ସେମାନେ ନରେନ୍ଦ୍ରଙ୍କ ଘରକୁ ଯିବା ପାଇଁ ବାହାରିଥିଲେ । ତେବେ ରାସ୍ତାରେ ପାଇ ଓ ସିସମୋର ମଧ୍ୟରେ ଥିବା କେନାଲ ପୋଲ ନିକଟରେ ସେମାନଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବକମାନେ ହେଲେ ବଲବୀରଙ୍କ ପୁଅ ନବଦୀପ (୧୯), କର୍ମବୀରଙ୍କ ପୁଅ ପ୍ରଦୀପ (୨୭) ଏବଂ ସତ୍ୟୱାନଙ୍କ ପୁଅ ଅଜୟ (୨୨ )। ତିନି ଜଣ ମୃତକ କରୋଡ଼ା ଗାଁର ବାସିନ୍ଦା ଥିଲେ । ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ମୃତକ ତିନି ଜଣ ଗୋଟିଏ ପରିବାରର ଥିଲେ। ଦୁର୍ଘଟଣା ପରେ ସେମାନଙ୍କୁ ନାଗରିକ ହସ୍ପିଟାଲ ନିଆଯାଇଥିଲା, ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।










