24.1 C
Bhubaneswar
Saturday, November 14, 2026
Homeଓଡିଶାଲୋକଙ୍କ ଅଭିଯୋଗ ଶୁଣିବେ ଆର୍‌ଡିସି: ସେୟାର କଲେ ନିଜ ପର୍ସନାଲ୍ ନମ୍ବର

ଲୋକଙ୍କ ଅଭିଯୋଗ ଶୁଣିବେ ଆର୍‌ଡିସି: ସେୟାର କଲେ ନିଜ ପର୍ସନାଲ୍ ନମ୍ବର

ଭୁବନେଶ୍ୱର: ଲୋକଙ୍କ ଅଭିଯୋଗ ଶୁଣିବାକୁ ବ୍ୟକ୍ତିଗତ ଫୋନ୍ ନମ୍ବର ଦେଲେ ଆର୍‌ଡିସି । ଏଣିକି ଅଭିଯୋଗ ଜଣାଇବା ପାଇଁ ଆଉ ବ୍ରହ୍ମପୁର ସ୍ଥିତ ଆର୍‌ଡିସି କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବନି । ଫୋନ୍ କିମ୍ବା ସୋସିଆଲ ମିଡିଆ ଜରିଆରେ ନିଜ ସମସ୍ୟା ଜଣାଇପାରିବେ ଲୋକେ । ଦକ୍ଷିଣାଞ୍ଚଳ ଆର୍‌ଡିସି ବିଜୟ ଅମୃତା କୁଲାଙ୍ଗେଙ୍କ ଏହି ନୂଆ ପଦକ୍ଷେପ ଏବେ ଚର୍ଚ୍ଚାରେ ।

ସବୁଠାରୁ ବଡ଼ କଥା ହେଉଛି, ଦୁଇ ଦିନ ତଳେ ନମ୍ବର ସେୟାର କରିବା ପରଠାରୁ ଏବେ ସୁଦ୍ଧା ୧୫୦ରୁ ଅଧିକ ଅଭିଯୋଗ ଆସିସାରିଲାଣି। ସେଥିମଧ୍ୟରୁ କିଛି ଅଭିଯୋଗର ସମାଧାନ ମଧ୍ୟ ହୋଇଥିବା ଜଣାପଡ଼ିଛି । ତେବେ ଏହି ପଦକ୍ଷେପ ଦକ୍ଷିଣ ଓଡ଼ିଶାର ସାଧାରଣ ଲୋକଙ୍କ ସମସ୍ୟା ସମାଧାନରେ କେତେ ସହାୟକ ହେଉଛି, ତାହା ଆଗକୁ ଦେଖିବାକୁ ରହିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking