30.1 C
Bhubaneswar
Wednesday, November 11, 2026
Homeଓଡିଶାଡିସେମ୍ବରରୁ ମହଙ୍ଗା ହେବ ଅଣ୍ଡା ଓ କୁକୁଡ଼ା ମାଂସ!

ଡିସେମ୍ବରରୁ ମହଙ୍ଗା ହେବ ଅଣ୍ଡା ଓ କୁକୁଡ଼ା ମାଂସ!

ଭୁବନେଶ୍ୱର: ଦରଦାମ୍ ବୃଦ୍ଧିରେ ଅତିଷ୍ଠ ସାଧାରଣ ଗ୍ରାହକଙ୍କୁ ଲାଗିପାରେ ଆଉ ଏକ ଝଟକା। ଡିସେମ୍ବରରୁ ଅଣ୍ଡା ଓ କୁକୁଡ଼ା ମାଂସର ଦର ୨୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଆକଳନ କରାଯାଉଛି। କୁକୁଡ଼ା ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ ମକା ଓ ଭଙ୍ଗା ଚାଉଳର ଦରରେ ବୃଦ୍ଧି ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଏହାର ପ୍ରଭାବ ଆଗାମୀ ଦିନରେ ଅଣ୍ଡା ଓ କୁକୁଡ଼ା ମାଂସ ବଜାର ଉପରେ ପଡ଼ିବା ଆଶଙ୍କା ରହିଛି।ସୂଚନା ଅନୁଯାୟୀ, ଗତ କିଛି ମାସ ମଧ୍ୟରେ କୁକୁଡ଼ା ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ କଞ୍ଚାମାଲର ଦର ୩୦ରୁ ୪୦ ପ୍ରତିଶତ ବଢ଼ିଛି। ଚାଷୀ ଓ ବ୍ୟବସାୟୀଙ୍କ ଦ୍ୱାରା ମକା ଏବଂ ଭଙ୍ଗା ଚାଉଳ ମହଜୁଦ ରଖାଯାଉଥିବାରୁ ବଜାରରେ ଯୋଗାଣ ଓ ଦର ଉପରେ ଚାପ ସୃଷ୍ଟି ହୋଇଛି। ଫଳରେ କୁକୁଡ଼ା ଚାଷର ଖର୍ଚ୍ଚ ବଢ଼ିବା ସହ ଏହାର ପ୍ରଭାବ ମାଂସ ଓ ଅଣ୍ଡାର ଖୁଚୁରା ଦର ଉପରେ ପଡ଼ିବା ସମ୍ଭାବନା ରହିଛି।ଅନ୍ୟପଟେ ଶୀତ ଋତୁ ଆରମ୍ଭ ହେବା ସହ ଅଣ୍ଡାର ଚାହିଦା ଓ ଦରରେ ବୃଦ୍ଧି ଦେଖାଦେଇଛି। ବର୍ତ୍ତମାନ ପାଇକାରୀ ବଜାରରେ ଗୋଟିଏ ଅଣ୍ଡାର ଦର ୬ରୁ ୭ ଟଙ୍କା ରହିଥିବା ବେଳେ ଆସନ୍ତା ମାସ ସୁଦ୍ଧା ଏହା ୭ରୁ ୮ ଟଙ୍କାକୁ ବୃଦ୍ଧି ପାଇପାରେ ବୋଲି ଆକଳନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking