ଭୁବନେଶ୍ୱର: ବାଲିଯାତ୍ରା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି । ଏନେଇ କଟକ ଜିଲ୍ଲପାଳ ସ୍ପଷ୍ଟ କରିଛନ୍ତି । ୨୪ ତାରିଖ ସନ୍ଧ୍ୟାରେ ପହଞ୍ଚିବେ ରାଷ୍ଟ୍ରପତି । ସୂଚନାଥାଉ କି , କଟକରେ ବାଲି ଯାତ୍ରା 2026 ନଭେମ୍ବର 24 ରୁ ଆରମ୍ଭ ହୋଇ ଡିସେମ୍ବର 1 ପର୍ଯ୍ୟନ୍ତ ଚାଲିବାକୁ ଯାଉଛି। କଟକରେ ବିଶ୍ୱ ପ୍ରସିଦ୍ଧ ମହୋତ୍ସବ ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଇତିହାସ ଏବଂ ସାଂସ୍କୃତିକ ଐତିହ୍ୟକୁ ପାଳନ କରେ। ଏହି ବର୍ଷ ବାଲି ଯାତ୍ରା ପୁଣିଥରେ ପରମ୍ପରା, ମନୋରଞ୍ଜନ, ଖାଦ୍ୟ, କିଣାକାଟା ଏବଂ ମହାନ ଉତ୍ସବକୁ ଏକାଠି କରିବ। ଦକ୍ଷିଣ-ପୂର୍ବ ଏସିଆ ସହିତ ଏହି ମହୋତ୍ସବର ସମ୍ପର୍କ ଇଣ୍ଡୋନେସିଆର ବାଲିରେ ଉତ୍ସବ ଦ୍ୱାରା ମଧ୍ୟ ଉଜ୍ଜ୍ୱଳ ହୋଇଛି, ଯେଉଁଠାରେ ସମାନ ଉତ୍ସବ ତିନି ଦିନ ଧରି ପାଳନ କରାଯିବ ବୋଲି ଜଣାପଡ଼ିଛି।










