29.1 C
Bhubaneswar
Thursday, November 12, 2026
Homeଓଡିଶାସାଇବର ଅପରାଧୀଙ୍କୁ ଲାଗିବ ବଡ଼ ଝଟକା: ୧୦ ହଜାରରୁ ଅଧିକ ସିମ୍ ବ୍ଲକ୍

ସାଇବର ଅପରାଧୀଙ୍କୁ ଲାଗିବ ବଡ଼ ଝଟକା: ୧୦ ହଜାରରୁ ଅଧିକ ସିମ୍ ବ୍ଲକ୍

ରାଉରକେଲା: ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ଓଡ଼ିଶା ପୁଲିସର ସ୍ୱତନ୍ତ୍ର ରଣନୀତି । ସାଇବର ଅପରାଧୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଦ୍ୱାରା ବ୍ୟବହୃତ ସିମ୍ କାର୍ଡ ବ୍ଲକ୍ କରିବାକୁ ଆରମ୍ଭ ହୋଇଛି ‘ଡ୍ରାଇଭ୍ ସିମ୍ ବ୍ଲକିଂ’ ଅଭିଯାନ । ଏହି ପଦକ୍ଷେପ ଜରିଆରେ ଅପରାଧରେ ବ୍ୟବହୃତ ସିମ୍ ଓ ମୋବାଇଲ୍ ଡିଭାଇସ୍‌କୁ ଅଚଳ କରିବା ଉପରେ ଗୁରୁତ୍ୱ ଦେଉଛି ପୁଲିସ ।ରାଉରକେଲା ଗସ୍ତରେ ଆସି ଓଡ଼ିଶା ପୁଲିସ ଡିଜି ରାଉରକେଲା ରେଞ୍ଜର ତିନିଟି ଜିଲ୍ଲାର ଆଇନଶୃଙ୍ଖଳା ସ୍ଥିତି ଓ ଅପରାଧ ନିୟନ୍ତ୍ରଣ ନେଇ ସମୀକ୍ଷା ବୈଠକ କରିଛନ୍ତି । ବିଭିନ୍ନ ଅପରାଧ ଏବଂ ପୋଲିସର କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରିବା ସହ ପଶ୍ଚିମାଞ୍ଚଳ ଡିଆଇଜି ରେଞ୍ଜର ଆଇନଶୃଙ୍ଖଳା ସ୍ଥିତି ସନ୍ତୋଷଜନକ ଥିବା ନେଇ ପ୍ରଶଂସା କରିଛନ୍ତି ।ରାଜ୍ୟରେ ସାଇବର କ୍ରାଇମ୍ ଏବେ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । ଏହାର ମୁକାବିଲା ପାଇଁ ପ୍ରତ୍ୟେକ ଜିଲ୍ଲା ଓ ଥାନାରେ ସାଇବର ହେଲ୍ପଡେସ୍କ ସହ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୁଲିସର ସୂଚନା ଅନୁସାରେ, ଗତ କିଛି ମାସ ମଧ୍ୟରେ ୧୦ ହଜାରରୁ ଅଧିକ ସିମ୍ କାର୍ଡ ଏବଂ ପ୍ରାୟ ୨୫୦୦ରୁ ଅଧିକ IMEI ନମ୍ବର ବ୍ଲକ୍ କରାଯାଇଛି । ଆଗକୁ ଏହି ଅଭିଯାନକୁ ଆହୁରି ବ୍ୟାପକ କରାଯିବ ବୋଲି ଡିଜିପି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking