28.1 C
Bhubaneswar
Thursday, November 12, 2026
Homeଓଡିଶାଇବନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଇବନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ସୁନ୍ଦରଗଡ: ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିବା କିଞ୍ଜିରକେଲା ଥାନା ଅଞ୍ଚଳର ଜଣେ ଯୁବକ ୯ ତାରିଖରୁ ନିଖୋଜ ଥିଲେ । ଆଜି ସକାଳୁ ନଦୀର କୁସୁମୁରା ଘାଟରୁ ଭାସମାନ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ପରିବାର ଲୋକେ ହତ୍ୟା ସନ୍ଦେହ କରିଛନ୍ତି । ପୁଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ହେଲେ କିଞ୍ଜିରକେଲା ଥାନା ଅନ୍ତର୍ଗତ କଇଁତରା ଗ୍ରାମର ଧୀରୋଜ ତନ୍ତ୍ରୀ । ୯ ତାରିଖରେ ସେ ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇ ଆଉ ଘରକୁ ଫେରିନଥିଲେ । ପରିବାର ପକ୍ଷରୁ ଖୋଜାଖୋଜି ପରେ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ବୁଧବାର ଓଡ୍ରାଫ ଟିମ ସହାୟତାରେ ଇବ ନଦୀରେ ତଲାସୀ କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳିନଥିଲା । ତେବେ ଗୁରୁବାର ସକାଳେ କୁସୁମମରା ଡଙ୍ଗାଘାଟ ନିକଟରେ ଯୁବକଙ୍କ ମୃତଦେହ ଭାସୁଥିବା ଲୋକେ ଦେଖିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking