26.1 C
Bhubaneswar
Wednesday, November 11, 2026
Homeଦେଶ ବିଦେଶ୮.୪୪୯ କିମି ଦୀର୍ଘ ମେଟ୍ରୋ କରିଡରରେ ନିର୍ମାଣ ହେବ ୫ଟି ଏଲିଭେଟେଡ୍ ଷ୍ଟେସନ

୮.୪୪୯ କିମି ଦୀର୍ଘ ମେଟ୍ରୋ କରିଡରରେ ନିର୍ମାଣ ହେବ ୫ଟି ଏଲିଭେଟେଡ୍ ଷ୍ଟେସନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ନୋଇଡ଼ା ମେଟ୍ରୋ ରେଲ୍ ପ୍ରକଳ୍ପର ନୋଇଡା ସେକ୍ଟର-୫୧ ରୁ ଗ୍ରେଟର ନୋଇଡା ସେକ୍ଟର-୦୪ ପର୍ଯ୍ୟନ୍ତ ସଂପ୍ରସାରଣକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପରେ ୫ଟି ଏଲିଭେଟେଡ୍ ଷ୍ଟେସନ୍ ସହିତ ୮.୪୪୯ କିଲୋମିଟର ଦୀର୍ଘ ଆକ୍ୱା ଲାଇନ୍ ମେଟ୍ରୋ ରେଲ୍ କରିଡରର ନିର୍ମାଣ ହେବ। ଏହି କରିଡର କାର୍ଯ୍ୟକ୍ଷମ ହେବା ପରେ ନୋଇଡ଼ା ଏବଂ ଗ୍ରେଟର ନୋଇଡ଼ା ସହରରେ ସମୁଦାୟ ୭୧.୮୭୮ କିଲୋମିଟରର ସକ୍ରିୟ ମେଟ୍ରୋ ରେଲ୍ ନେଟୱାର୍କ ସ୍ଥାପନ ହେବ।
ସୁବିଧା ଏବଂ ବିକାଶକୁ ତ୍ୱରାନ୍ୱିତ କରିବା:
ନୋଇଡ଼ା ମେଟ୍ରୋ ରେଲ୍ ପ୍ରକଳ୍ପର ନୋଇଡା ସେକ୍ଟର-୫୧ ରୁ ଗ୍ରେଟର ନୋଇଡା ସେକ୍ଟର-୦୪ ପର୍ଯ୍ୟନ୍ତ ଆକ୍ୱା ଲାଇନ୍ ମେଟ୍ରୋ ରେଲ୍ କରିଡରର ସମ୍ପ୍ରସାରଣ ସହରର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ଦର୍ଶାଉଛି। ଏହି ପ୍ରକଳ୍ପ ସହରରେ ମେଟ୍ରୋ ରେଲ୍ ନେଟୱାର୍କର ଏକ ପ୍ରମୁଖ ବିସ୍ତାର ଭାବରେ କାର୍ଯ୍ୟ କରେ।
ଉନ୍ନତ ଯୋଗାଯୋଗ (କନେକ୍ଟିଭିଟି):
ନୋଇଡା ମେଟ୍ରୋ ପ୍ରକଳ୍ପର ନୋଇଡ଼ା ସେକ୍ଟର-୫୧ ରୁ ଗ୍ରେଟର ନୋଇଡ଼ା ସେକ୍ଟର-୦୪ ପର୍ଯ୍ୟନ୍ତ ଆକ୍ୱା ଲାଇନ୍ ମେଟ୍ରୋ ରେଲ୍ କରିଡରର ସମ୍ପ୍ରସାରଣ ଫଳରେ ପ୍ରାୟ ୮.୪୪୯ କିଲୋମିଟରର ନୂତନ ମେଟ୍ରୋ ଲାଇନ୍ ସାମିଲ ହେବ, ଯାହା ନୋଇଡ଼ା ଏବଂ ଗ୍ରେଟର ନୋଇଡ଼ା ସହରରେ ଜନସାଧାରଣଙ୍କ ପରିବହନ ବ୍ୟବସ୍ଥାରେ ଯଥେଷ୍ଟ ସୁଧାର ଆଣିବ। ବର୍ତ୍ତମାନ ଏହି ଅଞ୍ଚଳଗୁଡ଼ିକରେ କାର୍ଯ୍ୟକ୍ଷମ ଯୋଗାଯୋଗର ଅଭାବ ରହିଛି। ଏହାସହ ନୋଇଡ଼ା ସେକ୍ଟର-୬୧ ବ୍ଲୁ ଲାଇନ୍ରେ ଇଣ୍ଟରଚେଞ୍ଜ୍ ସହିତ ଅଧିକ ଚାହିଦା ଥିବା କରିଡରଗୁଡ଼ିକ ସହିତ ସିଧାସଳଖ ଯୋଗାଯୋଗ ସ୍ଥାପନ ହେବ।
ଏହି ପର୍ଯ୍ୟାୟର ଲକ୍ଷ୍ୟ ହେଉଛି ନୋଇଡ଼ାର ପ୍ରମୁଖ ଅଞ୍ଚଳଗୁଡ଼ିକୁ ନିରବଚ୍ଛିନ୍ନ ଭାବରେ ଯୋଡ଼ିବା, ଯେଉଁଥିରେ ନିମ୍ନ ଅଞ୍ଚଳଗୁଡ଼ିକ ସାମିଲ ରହିଛି:
● ବ୍ୟାବସାୟିକ କେନ୍ଦ୍ରଗୁଡ଼ିକ ଯେପରିକି ଗୌର ସିଟି ମଲ୍, ଏଚଆଣ୍ଡଏସ୍ ମଲ୍ ଏବଂ ଅଫିସ୍ ସ୍ପେସ୍, ଗ୍ରେଟର ନୋଇଡ଼ା ସେକ୍ଟର-୦୪ ରେ ବ୍ଲୁ ସାଫାୟାର୍ ମଲ୍ ଏବଂ ବ୍ୟାବସାୟିକ ସ୍ଥାନ, ନୋଇଡା ସେକ୍ଟର-୫୧ ରେ ଆଇକିଆ ଏବଂ ନୋଇଡା ସେକ୍ଟର-୭୩ ରେ ଆନ୍ଥୁରିୟମ୍ ମଲ୍।
● ପ୍ରମୁଖ ଏମଏନସି ଏବଂ ଆଇଟି କେନ୍ଦ୍ରଗୁଡ଼ିକ ଯେପରିକି ଟେକ୍ ମହିନ୍ଦ୍ରା ଅଫିସ୍, ନୋଇଡା ସେକ୍ଟର-୬୦ ରେ ଟିସିଏଲ୍ ଟେକ୍ ଅଫିସ୍, ନୋଇଡା ସେକ୍ଟର-୭୩ ରେ ଅଏଲ୍ ଇଣ୍ଡଷ୍ଟ୍ରି ଡେଭେଲପମେଣ୍ଟ ବୋର୍ଡ ଏବଂ ଗ୍ରେଟର ନୋଇଡା ସେକ୍ଟର-୦୪ ରେ ଗୋଲ୍ଡେନ୍ I ଅଫିସ୍ ଏବଂ ବ୍ୟାବସାୟିକ ସ୍ଥାନ।
● ଶିକ୍ଷାନୁଷ୍ଠାନଗୁଡ଼ିକ ଯେପରିକି ନୋଇଡା ସେକ୍ଟର-୧୨୨ ରେ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ ଇତ୍ୟାଦି।
● ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ସୁବିଧା, ବିଶେଷ କରି କୈଳାଶ ହସ୍ପିଟାଲ୍, ନୋଇଡା ସେକ୍ଟର-୭୦ ରେ ଥିବା ରାମା ହସ୍ପିଟାଲ୍, ନୋଇଡା ସେକ୍ଟର-୫୧ ରେ କ୍ଲାଉଡ୍-୯ ହସ୍ପିଟାଲ୍ ଏବଂ ନୋଇଡା ସେକ୍ଟର-୬୨ ରେ ଥିବା ରାମା ହସ୍ପିଟାଲ୍।
● ପ୍ରମୁଖ ଆବାସିକ ସୋସାଇଟିଗୁଡ଼ିକ ଯେପରିକି ନୋଇଡା ସେକ୍ଟର-୧୨୨ ରେ କ୍ଲିଓ କାଉଣ୍ଟି ରେସିଡେନ୍ସି ଏବଂ ଗ୍ରେଟର ନୋଇଡା ସେକ୍ଟର-୦୪ ରେ ଗୌର ସିଟି ୧ ଏବଂ ୨।
ଏହି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳଗୁଡ଼ିକୁ ମେଟ୍ରୋ ନେଟୱାର୍କ ସହିତ ଯୋଡ଼ିବା ଦ୍ୱାରା, ନୋଇଡ଼ା ସେକ୍ଟର-୫୧ ରୁ ଗ୍ରେଟର ନୋଇଡ଼ା ସେକ୍ଟର-୦୪ ପର୍ଯ୍ୟନ୍ତ ଆକ୍ୱା ଲାଇନ୍ ମେଟ୍ରୋ ରେଲ୍ କରିଡରର ସମ୍ପ୍ରସାରଣ କେବଳ ଯୋଗାଯୋଗକୁ ବୃଦ୍ଧି କରିବ ନାହିଁ, ବରଂ ନିଯୁକ୍ତି, ବ୍ୟବସାୟ, ଶିକ୍ଷା ଏବଂ ସାଧାରଣ ଯାତାୟାତ ସହିତ ଜଡ଼ିତ ସ୍ଥାନୀୟ ବାସିନ୍ଦା ଏବଂ ନିୟମିତ ଯାତ୍ରୀଙ୍କ ପାଇଁ ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବ ଏବଂ ସହରୀ ଯାତାୟାତକୁ ସହଜ କରିବ।
● ଟ୍ରାଫିକ୍ ଭିଡ଼ ହ୍ରାସ: ଏକ ଦକ୍ଷ ବିକଳ୍ପ ସଡ଼କ ପରିବହନ ଭାବରେ ମେଟ୍ରୋ ରେଲ୍ ଏବଂ ନୋଇଡା ଏବଂ ଗ୍ରେଟର ନୋଇଡା ସହରରେ ମେଟ୍ରୋ ରେଲ୍ ନେଟୱାର୍କର ସମ୍ପ୍ରସାରଣ ସ୍ୱରୂପ ନୋଇଡା ସେକ୍ଟର-୫୧ ରୁ ଗ୍ରେଟର ନୋଇଡା ସେକ୍ଟର-୦୪ ପର୍ଯ୍ୟନ୍ତ ଆକ୍ୱା ଲାଇନ୍ ମେଟ୍ରୋ ରେଲ୍ କରିଡରର ସମ୍ପ୍ରସାରଣ ଟ୍ରାଫିକ୍ ଭିଡ଼କୁ କମ୍ କରିବ ବୋଲି ଆଶା କରାଯାଉଛି। ରାସ୍ତା ଟ୍ରାଫିକ୍ ହ୍ରାସ ପାଇବା ଦ୍ୱାରା ଯାନବାହାନର ସୁଗମ ଚଳାଚଳ, ଯାତ୍ରା ସମୟ ହ୍ରାସ ଏବଂ ସାମଗ୍ରିକ ରାସ୍ତା ସୁରକ୍ଷା ବୃଦ୍ଧି ପାଇପାରିବ।
● ପରିବେଶଗତ ଫାଇଦା: ନୋଇଡା ସେକ୍ଟର-୫୧ ରୁ ଗ୍ରେଟର ନୋଇଡା ସେକ୍ଟର-୦୪ ପର୍ଯ୍ୟନ୍ତ ଆକ୍ୱା ଲାଇନ୍ ମେଟ୍ରୋ ରେଲ୍ କରିଡରର ସମ୍ପ୍ରସାରଣ ସାମିଲ ହେବା ଏବଂ ନୋଇଡା ଓ ଗ୍ରେଟର ନୋଇଡା ସହରରେ ସାମଗ୍ରିକ ମେଟ୍ରୋ ରେଲ୍ ନେଟୱାର୍କ ବୃଦ୍ଧି ପାଇବା ଦ୍ୱାରା ପାରମ୍ପରିକ ଜୀବାଶ୍ମ ଇନ୍ଧନ ଆଧାରିତ ପରିବହନ ତୁଳନାରେ ଅଙ୍ଗାରକାମ୍ଳ ନିର୍ଗମନ ଯଥେଷ୍ଟ ହ୍ରାସ ପାଇପାରିବ।
● ଅର୍ଥନୈତିକ ବିକାଶ: ଯାତ୍ରା ସମୟ ହ୍ରାସ ପାଇବା ଏବଂ ସହରର ବିଭିନ୍ନ ଭାଗ ତଥା ପରିବହନ କେନ୍ଦ୍ର ଯେପରିକି ଦିଲ୍ଲୀ ବିମାନବନ୍ଦର, ଦିଲ୍ଲୀ ରେଳ ଷ୍ଟେସନ୍ ଏବଂ ବିଭିନ୍ନ ବସ୍ ଡିପୋକୁ ସୁଗମ ପହଞ୍ଚ ଫଳରେ ନାଗରିକମାନେ ନିଜ କର୍ମକ୍ଷେତ୍ର ଏବଂ ଗନ୍ତବ୍ୟ ସ୍ଥଳରେ ଅଧିକ ଦକ୍ଷତାର ସହିତ ପହଞ୍ଚି ପାରିବେ, ଯାହା ଉତ୍ପାଦନଶୀଳତାକୁ ବୃଦ୍ଧି କରିବ। ଏହାସହିତ, ଉନ୍ନତ ଯୋଗାଯୋଗ ସ୍ଥାନୀୟ ବ୍ୟବସାୟକୁ ପ୍ରୋତ୍ସାହିତ କରିପାରିବ, ବିଶେଷ କରି ନୂତନ ମେଟ୍ରୋ ଷ୍ଟେସନ୍ ଗୁଡ଼ିକ ନିକଟବର୍ତ୍ତୀ ଅଞ୍ଚଳରେ, ଯାହା ପୂର୍ବରୁ କମ୍ ଗମନାଗମନ ଥିବା ଅଞ୍ଚଳରେ ନିବେଶ ଏବଂ ବିକାଶକୁ ଆକୃଷ୍ଟ କରିପାରିବ।
● ସାମାଜିକ ପ୍ରଭାବ: ନୋଇଡାରେ ନୋଇଡା ସେକ୍ଟର-୫୧ ରୁ ଗ୍ରେଟର ନୋଇଡା ସେକ୍ଟର-୦୪ ପର୍ଯ୍ୟନ୍ତ ଆକ୍ୱା ଲାଇନ୍ ମେଟ୍ରୋ ରେଲ୍ କରିଡରର ସମ୍ପ୍ରସାରଣ ସାର୍ବଜନୀନ ପରିବହନରେ ଅଧିକ ସମାନ ସୁବିଧା ପ୍ରଦାନ କରିବ, ଯାହା ବିଭିନ୍ନ ସାମାଜିକ-ଅର୍ଥନୈତିକ ବର୍ଗକୁ ଉପକୃତ କରିବ ଏବଂ ପରିବହନଗତ ତାରତମ୍ୟକୁ ହ୍ରାସ କରିବ। ଏହା ଯାତାୟାତ ସମୟ କମ୍ କରିବା ସହ ଆବଶ୍ୟକୀୟ ସେବାଗୁଡ଼ିକର ସୁଗମତା ବୃଦ୍ଧି କରି ଏକ ଉଚ୍ଚମାନର ଜୀବନଶୈଳୀରେ ଯୋଗଦାନ ଦେବ।
● ନୋଇଡା ମେଟ୍ରୋ ରେଲ୍ ପ୍ରକଳ୍ପର ନୋଇଡା ସେକ୍ଟର-୫୧ ରୁ ଗ୍ରେଟର ନୋଇଡା ସେକ୍ଟର-୦୪ ପର୍ଯ୍ୟନ୍ତ ଆକ୍ୱା ଲାଇନ୍ ମେଟ୍ରୋ ରେଲ୍ କରିଡରର ସମ୍ପ୍ରସାରଣ ସହର ପାଇଁ ଏକ ପରିବର୍ତ୍ତନକାରୀ ବିକାଶ ହେବାକୁ ଯାଉଛି। ଏହା ଉନ୍ନତ ଯୋଗାଯୋଗ, ହ୍ରାସପ୍ରାପ୍ତ ଟ୍ରାଫିକ୍ ଭିଡ଼, ପରିବେଶଗତ ଫାଇଦା, ଅର୍ଥନୈତିକ ବିକାଶ ଏବଂ ଉନ୍ନତ ଜୀବନଶୈଳୀ ପ୍ରଦାନ କରିବାର ପ୍ରତିଶ୍ରୁତି ଦିଏ। ପ୍ରମୁଖ ସହରୀ ଆହ୍ୱାନଗୁଡ଼ିକର ସମାଧାନ କରି ଏବଂ ଭବିଷ୍ୟତର ସମ୍ପ୍ରସାରଣ ପାଇଁ ଏକ ଭିତ୍ତିଭୂମି ଯୋଗାଇ, ଏହା ସହରର ବିକାଶ ପଥ ଏବଂ ସ୍ଥାୟୀତ୍ୱକୁ ରୂପ ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking