28.1 C
Bhubaneswar
Wednesday, November 11, 2026
Homeଓଡିଶାମୟୂରଭଞ୍ଜରେ ଭୟଙ୍କର ବସ୍ ଦୁର୍ଘଟଣା!

ମୟୂରଭଞ୍ଜରେ ଭୟଙ୍କର ବସ୍ ଦୁର୍ଘଟଣା!

ମୟୂରଭଞ୍ଜ: ମୟୂରଭଞ୍ଜରେ ଭୋର୍‌ ସମୟରେ ଭୟଙ୍କର ବସ୍‌ ଦୁର୍ଘଟଣା । ୪୨ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଯାଉଥିବା ଘରୋଇ ‘ଶ୍ୟାମଳୀ’ ବସ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ଦୁଇ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ଅନ୍ୟ କେତେକ ଆହତ ହୋଇଛନ୍ତି ।ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ବଜାର ନିକଟସ୍ଥ ଜାତୀୟ ରାଜପଥ-୧୮ ଉପରେ ଆଜି ଭୋର ପ୍ରାୟ ୩ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ପ୍ରାୟ ୪୨ ଜଣ ଯାତ୍ରୀଙ୍କୁ ନେଇ ବସ୍‌ଟି ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ହଠାତ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା ।ଦୁର୍ଘଟଣା ପରେ ବସ୍‌ ଭିତରେ ଯାତ୍ରୀମାନେ ଫସି ରହିଥିଲେ । ଖବର ପାଇ ଝାରପୋଖରିଆ ପୁଲିସ ସହ ସାରସକଣା ଓ ବାଙ୍ଗିରିପୋଷି ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଉଦ୍ଧାରକାରୀ ଦଳ ଫସିଥିବା ଯାତ୍ରୀଙ୍କୁ ବାହାର କରିବା ସହ ଗୁରୁତର ଦୁଇ ଜଣଙ୍କୁ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ତେବେ ଏହି ଦୁର୍ଘଟଣା ପରେ ଦୀର୍ଘପଥ ଯାତ୍ରୀବାହୀ ବସ୍‌ର ଫିଟନେସ୍‌, ଗତି ନିୟନ୍ତ୍ରଣ ଏବଂ ଚାଳକଙ୍କ ବିଶ୍ରାମ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଦୁର୍ଘଟଣାର ପ୍ରକୃତ କାରଣ କ’ଣ, ତାହା ତଦନ୍ତ ପରେ ଜଣାପଡ଼ିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking