31.1 C
Bhubaneswar
Tuesday, November 10, 2026
Homeଓଡିଶାଗିଡ଼ିପାବାଲିରେ ବନ୍ଦ ହେଲା ଉଦ୍ଧାର କାର୍ଯ୍ୟ

ଗିଡ଼ିପାବାଲିରେ ବନ୍ଦ ହେଲା ଉଦ୍ଧାର କାର୍ଯ୍ୟ

ଗଞ୍ଜାମ: ଗିଡ଼ିପାବାଲିରେ ବନ୍ଦ ହେଲା ଉଦ୍ଧାର କାର୍ଯ୍ୟ । ଗଞ୍ଜାମ-କନ୍ଧମାଳ ସୀମାନ୍ତ ବାଇବିଲ ପଞ୍ଚାୟତର ଗିଡିପାବାଲି ଭୂସ୍ଫଳନ ଘଟଣାରେ ଆଜି ଠାରୁ ଉଦ୍ଧାର କାର୍ଯ୍ୟକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ। ନିଖୋଜ ୧୩ଜଣଙ୍କ ମଧ୍ୟରୁ ୭ଜଣଙ୍କ ଶବ ଉଦ୍ଧାର କରାଯାଇଥିବା ବେକେ ୬ଜଣ ଏବେବି ନିଖୋଜ ଅଛନ୍ତି। ଏହି ନିଖୋଜ ପରିବାରଙ୍କ ଲିଖିତ ଅନୁରୋଧ କ୍ରମେ ଜିଲ୍ଲା ପ୍ରଶାସନ  ଉଦ୍ଧାର କାର୍ଯ୍ୟକୁ ଆଜି ଠାରୁ ବନ୍ଦ ରଖିଛନ୍ତି। ନିଖୋଜ ପରିବାରଙ୍କ କହିବା କଥା ହେଲା ଯେଉଁ ପଥର ତଳେ ଘର ରହିଛି ତାହା ୩୦ଫୁଟ ତଳେ ଦବି ରହିଥିବା ଅନୁମାନ କରାଯାଉଛି। ତେବେ ଥଇଥାନ କରିବାକୁ ଦାବି କରିଛନ୍ତି ଗିଡ଼ିପାବାଲିର ଲୋକେ। କେତେଦିନ ଆଶ୍ରୟ ସ୍ଥଳୀରେ ରହିବୁ। ଆମକୁ ଜାଗା ଦେବା ସହ ସହଯୋଗ କରାଯାଉ ବୋଲି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking