30.1 C
Bhubaneswar
Saturday, November 7, 2026
Homeଦେଶ ବିଦେଶ୪ ରନ୍‌ରେ ଜିତିଲା ଭାରତ

୪ ରନ୍‌ରେ ଜିତିଲା ଭାରତ

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ରୋମାଞ୍ଚକର ବିଜୟ । ମାତ୍ର ୧୩୫ ରନ୍‌ର ଲକ୍ଷ୍ୟ ପିଛା କରି ଭାରତୀୟ ବ୍ୟାଟରଙ୍କ ଅବସ୍ଥା ଖରାପ ହୋଇଥିଲା । ଗୋଟିଏ ପରେ ଗୋଟିଏ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା ଟିମ୍ ଇଣ୍ଡିଆ । ଶେଷରେ ବର୍ଷା ଯୋଗୁଁ ମ୍ୟାଚ୍ ଆଉ ଆଗକୁ ବଢ଼ିପାରିନଥିଲା ଏବଂ ଡିଏଲ୍‌ଏସ୍ ମେଥଡରେ ୪ ରନ୍‌ରେ ଭାରତ ବିଜୟୀ ହୋଇଛି ।ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୪୧ ଓଭରରେ ୧୩୪ ରନ୍‌ରେ ଅଲଆଉଟ୍ ହୋଇଥିଲା । ଭାରତ ପାଇଁ ଗୁରନୁର ବରାର ଘାତକ ବୋଲିଂ କରି ୩୦ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ । ତାଙ୍କ ବୋଲିଂର ଗତି, ବାଉନ୍ସ ଓ ହାର୍ଡ ଲେନ୍ଥ ସାମ୍ନାରେ ନ୍ୟୁଜିଲାଣ୍ଡ ବ୍ୟାଟରମାନେ ବେଶ୍ ଅସହାୟ ହୋଇଥିଲେ । ଗୁରନୁରଙ୍କ ଏହି ଦମଦାର ପ୍ରଦର୍ଶନ ତାଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ଭାବେ ବିବେଚିତ କରିଛି ।

ନ୍ୟୁଜିଲାଣ୍ଡ ପକ୍ଷରୁ ଡାରିଲ୍ ମିଚେଲ୍ ସର୍ବାଧିକ ରନ୍ କରିଥିଲେ । ତେବେ ଭାରତୀୟ ବୋଲରଙ୍କ ଲଗାତାର ଚାପ ଯୋଗୁଁ ଦଳ ବଡ଼ ସ୍କୋର କରିପାରିନଥିଲା । ୧୩୫ ରନ୍‌ର ଛୋଟ ଲକ୍ଷ୍ୟକୁ ପିଛା କରିବା ସମୟରେ କିନ୍ତୁ ଭାରତର ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଥିଲା । ଓପନର ଶୁବମନ ଗିଲ୍ ଗୋଲ୍ଡେନ୍ ଡକ୍‌ରେ ଆଉଟ୍ ହୋଇଥିଲେ । ଏହାପରେ ବିରାଟ କୋହଲି ମଧ୍ୟ ମାତ୍ର ୭ ରନ୍ କରି ପାଭିଲିୟନ୍ ଫେରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking