30.1 C
Bhubaneswar
Saturday, November 7, 2026
Homeଓଡିଶାମଧୁବାବୁ ପେନସନ୍ ଯୋଜନାରେ ସରକାରଙ୍କ ବଡ଼ ନିଷ୍ପତ୍ତି: ଅକ୍ଟୋବରରୁ ମିଳିବ ନୂଆ ଭତ୍ତା

ମଧୁବାବୁ ପେନସନ୍ ଯୋଜନାରେ ସରକାରଙ୍କ ବଡ଼ ନିଷ୍ପତ୍ତି: ଅକ୍ଟୋବରରୁ ମିଳିବ ନୂଆ ଭତ୍ତା

ଭୁବନେଶ୍ୱର : ରାଜ୍ୟର ବୃଦ୍ଧବୃଦ୍ଧା, ବିଧବା ଓ ଅନ୍ୟାନ୍ୟ ଯୋଗ୍ୟ ବର୍ଗର ଲୋକଙ୍କ ପାଇଁ ବଡ଼ ଖୁସି ଖବର। ମଧୁବାବୁ ପେନସନ୍ ଯୋଜନା (MBPY)ରେ ସାମିଲ ହେବେ ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀ। ରାଜ୍ୟର ମୋଟ ୫ ଲକ୍ଷ ୫୮୧୭ ଜଣଙ୍କୁ ବାର୍ଦ୍ଧକ୍ୟ ଓ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଭତ୍ତା ମିଳିବ। ଏହି ନିଷ୍ପତ୍ତି ଫଳରେ ଦୀର୍ଘଦିନ ଧରି ପେନସନ୍ ଅପେକ୍ଷାରେ ଥିବା ଅନେକ ଯୋଗ୍ୟ ଲୋକ ଉପକୃତ ହେବେ।ସୁଚନା ଅନୁସାରେ, ଚଳିତ ବର୍ଷ ଅକ୍ଟୋବର ମାସରୁ ନୂଆ ହିତାଧିକାରୀଙ୍କୁ ଭତ୍ତା ମିଳିବ। ଏଥିପାଇଁ ନଭେମ୍ବର ୧୦ ତାରିଖରେ ବାଲେଶ୍ୱରରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ହେବ। ଏହି କାର୍ଯ୍ୟକ୍ରମରେ ନୂଆ ହିତାଧିକାରୀଙ୍କୁ ପେନସନ୍ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହେବ।

ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି, ଏଣିକି ପେନସନ୍ ପାଇଁ ଆବେଦନ କରିବା ପରେ ଅନେକ ମାସ ଅପେକ୍ଷା କରିବାକୁ ପଡ଼ିବନି। ଆବେଦନ ମଞ୍ଜୁର ହେଲେ ତା’ ପର ମାସରୁ ହିତାଧିକାରୀଙ୍କୁ ପେନସନ୍ ମିଳିବ। ଏଥିପାଇଁ ଆବେଦନକାରୀମାନେ ନିଜ ଅଞ୍ଚଳର BDO କାର୍ଯ୍ୟାଳୟରେ ଆବେଦନ କରିପାରିବେ। ଏହାବ୍ୟତୀତ ଅନଲାଇନ୍ ମାଧ୍ୟମରେ ମଧ୍ୟ ଆବେଦନର ସୁବିଧା ରହିବ।ଅନ୍ୟପଟେ, ୮୦ ବର୍ଷ ବୟସ ପୂରଣ କଲେ ହିତାଧିକାରୀଙ୍କ ଭତ୍ତା ଆପେଆପେ ବୃଦ୍ଧି ପାଇବ। ଏଥିପାଇଁ ଆଉ ଅଲଗା ଭାବେ ଆବେଦନ କରିବାକୁ ପଡ଼ିବନି। ଅର୍ଥାତ୍ ବୟସ ବଢ଼ିବା ସହ ଭତ୍ତା ବୃଦ୍ଧିର ସୁବିଧା ମଧ୍ୟ ସହଜ ହେବ।ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସରଳ କରିବା ଏବଂ ଯୋଗ୍ୟ ଲୋକଙ୍କୁ ସମୟରେ ସହାୟତା ପହଞ୍ଚାଇବା ଦିଗରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking