30.1 C
Bhubaneswar
Saturday, November 7, 2026
Homeଦେଶ ବିଦେଶସାଙ୍ଘାତିକ ସ୍ତରରେ ଦିଲ୍ଲୀ ବାୟୁ ପ୍ରଦୂଷଣ: ଗ୍ରାପ୍-୩ କଟକଣା ଲାଗୁ

ସାଙ୍ଘାତିକ ସ୍ତରରେ ଦିଲ୍ଲୀ ବାୟୁ ପ୍ରଦୂଷଣ: ଗ୍ରାପ୍-୩ କଟକଣା ଲାଗୁ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସାଙ୍ଘାତିକ ସ୍ତରରେ ପହଞ୍ଚିଛି। ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଏକ୍ୟୁଆଇ ସର୍ବାଧିକ ୪୭୪ରେ ପହଞ୍ଚିଥିବାବେଳେ ପଞ୍ଜାବୀ ବାଗରେ ୪୬୫, ଆରକେ ପୁରମ୍‌ରେ ୪୪୩, ଆଇଟିଓରେ ୪୨୨, ଫିରୋଜ ଶାହା ରୋଡରେ ୪୨୦ ଓ ଇଣ୍ଡିଆ ଗେଟ୍‌ ଅଞ୍ଚଳରେ ଏକ୍ୟୁଆଇ ୪୦୩ରେ ପହଞ୍ଚିଛି। ତେବେ ସହରର ହାରାହାରି ଏକ୍ୟୁଆଇ ଶୁକ୍ରବାର ସକାଳ ୮ଟାରେ ୩୮୯ ରେକର୍ଡ କରାଯାଇଛି ଯାହା ଅତି ଖରାପ। ସହରର ଅନେକ ଅଞ୍ଚଳରେ ଏକ୍ୟୁଆଇ ସାଙ୍ଘାତିକ ସ୍ତରରେ ପହଞ୍ଚିବା ପରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଲାଗି ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର)ରେ ଗ୍ରାପ୍-୩ କଟକଣା ଲାଗୁ କରାଯାଇଛି। କମିସନ ଫର ଏୟାର କ୍ବାଲିଟି ମ୍ୟାନେଜମେଣ୍ଟ (ସିଏକ୍ୟୁଏମ୍‌)ର କହିବା ଅନୁଯାୟୀ ଦୀପାବଳି ପାଇଁ ସହରରେ ପ୍ରଦୂଷଣ ମାତ୍ରା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି। ତେଣୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ଶୁକ୍ରବାର ଠାରୁ ଏନସିଆରରେ ଗ୍ରାପ୍-୩ କଟକଣା ଲାଗୁ କରାଯାଇଛି। ଏହି କଟକଣା ଅନୁଯାୟୀ ଧୂଳି ସୃଷ୍ଟିକାରୀ ନିର୍ମାଣ କାମ ଓ ଭଙ୍ଗାରୁଜା କାମକୁ ନିଷିଦ୍ଧ କରାଯାଇଛି। ଏହା ମଧ୍ୟରେ ମାଟି ଖୋଳିବା, ଘର ଭାଙ୍ଗିବା, ରାସ୍ତା ନିର୍ମାଣ, ୱେଲଡିଂ, ରଙ୍ଗ, ପଲିସିଙ୍ଗ, ନିର୍ମାଣ ସାମଗ୍ରୀ ପରିବହନ ଆଦି କାମକୁ ବାରଣ କରାଯାଇଛି। ତେବେ ଜରୁରୀ ନିର୍ମାଣ କାମ ଯେପରି କି ମେଟ୍ରୋ ପ୍ରକଳ୍ପ, ରେଳ ପ୍ରକଳ୍ପ, ବିମାନବନ୍ଦର, ହସ୍ପିଟାଲ, ଜାତୀୟ ସୁରକ୍ଷା ସମ୍ପର୍କିତ ପ୍ରକଳ୍ପ, ରାଜପଥ, ଫ୍ଲାଏ ଓଭର, ପାୱାର ଟ୍ରାନ୍ସମିସନ, ସ୍ବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ଜଳ ଯୋଗାଣ ସମ୍ପର୍କିତ ନିର୍ମାଣ କାମ ଜାରି ରହିବ। ଗ୍ରାମ-୩ କଟକଣା ଯୋଗୁଁ ଏନସିଆରରେ ବିଏସ୍-୩ ପେଟ୍ରୋଲ ଓ ବିଏସ୍‌-୪ ଡିଜେଲ ଚାରିଚକିଆ ଗାଡି ଚଳାଚଳ କରିପାରିବ ନାହିଁ। ଦିଲ୍ଲୀ ସରକାର, ଏନସିଆରରେ ସରକାରୀ କାର୍ଯ୍ୟାଳୟ, ଘରୋଇ କାର୍ଯ୍ୟାଳୟ ଆଦି ୫୦% କର୍ମଚାରୀରେ କାମ କରିପାରିବେ। ଅବଶିଷ୍ଟ କର୍ମଚାରୀ ୱାର୍କଫ୍ରମ ହୋମରେ ରହି କାମ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking