ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ ! ଘର ଭିତରୁ ମିଳିଲା ବୃଦ୍ଧାଙ୍କ ମୃତଦେହ । ପ୍ରଥମେ ହତ୍ୟା, ଆଉ ତା’ପରେ ଲୁଟ୍ ! ଘଟଣା ପରଠାରୁ ଫେରାର ହୋଇଯାଇଛନ୍ତି ଘରର କେୟାରଟେକର । ମୃତ ବୃଦ୍ଧା ହେଉଛନ୍ତି କୁଞ୍ଜଲତା ନନ୍ଦ । ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧନଗର ଅଞ୍ଚଳରେ ଏଭଳି ଘଟଣା ଘଟିଛି । ହତ୍ୟା ପଛରେ କିଏ ? ଲୁଟ୍ ପାଇଁ ହୋଇଛି କି ହତ୍ୟା ? ଏବେ ଏହିସବୁ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ ।
ଭୁବନେଶ୍ୱରରେ ବୃଦ୍ଧାଙ୍କୁ ହତ୍ୟା । ହତ୍ୟା ପରେ ଲୁଟ୍ ହୋଇଥିବା ସନ୍ଦେହ । ଲକ୍ଷ୍ମୀସାଗର ଥାନା ବୁଦ୍ଧନଗର ଅଞ୍ଚଳରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା । ମୃତ ବୃଦ୍ଧା ହେଉଛନ୍ତି କୁଞ୍ଜଲତା ନନ୍ଦ । ବୃଦ୍ଧାଙ୍କ ମୁଣ୍ଡର ପଛପଟେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି । ଘଟଣା ପରଠାରୁ ଘରର କେୟାରଟେକର ବଳଭଦ୍ର ମହାରଣା ଫେରାର ଅଛନ୍ତି । ତାଙ୍କ ଘର ଟାଙ୍ଗୀ ଅଞ୍ଚଳରେ ବୋଲି ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଭୁବନେଶ୍ୱର ଡିସିପି ଓ ପୋଲିସ କମିଶନର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।










