26.1 C
Bhubaneswar
Monday, November 2, 2026
Homeଓଡିଶାପିଏସ୍ଓଙ୍କ ପିଠିରେ ବସି ମନ୍ତ୍ରୀ ଯିବା ଘଟଣା ସରକାରଙ୍କ ଅମାନବୀୟ ମାନସିକତାକୁ ଦର୍ଶାଉଛି: ବିଜେଡି

ପିଏସ୍ଓଙ୍କ ପିଠିରେ ବସି ମନ୍ତ୍ରୀ ଯିବା ଘଟଣା ସରକାରଙ୍କ ଅମାନବୀୟ ମାନସିକତାକୁ ଦର୍ଶାଉଛି: ବିଜେଡି

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାରେ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ନିଜ ପିଏସ୍ଓଙ୍କ ପିଠିରେ ବସି ଯିବା ଅତ୍ୟନ୍ତ ଉଦ୍ବେଗଜନକ । ଏହି ଘଟଣା ସରକାରଙ୍କ ଅମାନବୀୟ ମାନସିକତାକୁ ଦର୍ଶାଉଛି ବୋଲି ବିଜେଡି କହିଛି । ଆଜି ଏକ ପ୍ରେସ୍ ବିବୃତି ମାଧ୍ୟମରେ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ପ୍ରଶାସନିକ ଅବ୍ୟବସ୍ଥା ଏବଂ ସମନ୍ୱୟର ଅଭାବରୁ ସରକାର ବାରମ୍ବାର ନିନ୍ଦିତ ହେଉଛନ୍ତି । ମନ୍ତ୍ରୀଙ୍କୁ ନେଇ ଘଟିଥିବା ଏହି ଘଟଣା ଦର୍ଶାଉଛି ଯେ, କ୍ଷମତାରେ ଥିବା ବ୍ୟକ୍ତି କେତେ ତଳକୁ ଖସିପାରେ । ବାତ୍ୟା “ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ଲୋକମାନେ ପ୍ରଶାସନିକ ଅବହେଳାର ଶିକାର ହୋଇ ଦୁର୍ଦ୍ଦଶା ଭୋଗୁଛନ୍ତି । କ୍ଷତିଗ୍ରସ୍ତକୁ ସହାୟତା ପ୍ରଦାନ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ ସମୟରେ ବିଧାୟକ ଓ ମନ୍ତ୍ରୀମାନେ ସାଧାରଣ ଲୋକଙ୍କ ଅସନ୍ତୋଷ ଏବଂ ହଟହଟାର ସମ୍ମୁଖୀନ ହେଉଥିବା ଘଟଣାରୁ ଜନସାଧାରଣଙ୍କ ମଧ୍ୟରେ ବଢ଼ୁଥିବା ଅସନ୍ତୋଷ ସ୍ପଷ୍ଟ ପ୍ରତିଫଳିତ ହେଉଛି । ଡ଼ ମହାନ୍ତି ଆହୁରି କହିଥିଲେ ଯେ, ଏଭଳି ଘଟଣାକୁ ହାଲୁକା ଭାବେ ନେବା ଉଚିତ୍ ନୁହେଁ । ରାଜ୍ୟ ସରକାର ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ପ୍ରଶାସନିକ କାର୍ଯ୍ୟଶୈଳୀର ସମୀକ୍ଷା କରନ୍ତୁ । ସୁରକ୍ଷା କର୍ମଚାରୀଙ୍କ ସମ୍ମାନର ସୁରକ୍ଷା କରିବା ସହିତ ଜନଅସନ୍ତୋଷ ଆହୁରି ତୀବ୍ର ହେବା ପୂର୍ବରୁ ସରକାର ନିଜର କାର୍ଯ୍ୟଧାରାରେ ସୁଧାର ଆଣନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking