28.1 C
Bhubaneswar
Friday, October 30, 2026
Homeଓଡିଶାଅର୍ଣ୍ଣବର ତାଣ୍ଡବ: ତପ୍ତପାଣି ଘାଟିରେ ବିପଦ

ଅର୍ଣ୍ଣବର ତାଣ୍ଡବ: ତପ୍ତପାଣି ଘାଟିରେ ବିପଦ

ଗଂଜାମ : ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଲଗାଣ ବର୍ଷା । ଆଉ ବର୍ଷା ପରେ ବିପଦସଙ୍କୁଳ ହୋଇପଡ଼ିଛି ତପ୍ତପାଣି ଘାଟି ରାସ୍ତା । ପାହାଡ଼ ଉପରୁ ମାଡ଼ି ଆସୁଛି ପାଣି । ରାସ୍ତା ଉପରେ ଜମା ହୋଇ ରହିଛି ବଡ଼ ବଡ଼ ପଥର । ଅନେକ ସ୍ଥାନରେ ମାଟି ଅତଡ଼ା ଖସିବାର ଆଶଙ୍କା ମଧ୍ୟ ରହିଛି ।

ଯାତ୍ରୀଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଗତକାଲିଠାରୁ ପ୍ରଶାସନ ପକ୍ଷରୁ ଘାଟି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା । ତେବେ ଆଜି ସକାଳୁ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଗାଡ଼ି ଚଳାଚଳକୁ ଅନୁମତି ଦିଆଯାଉଛି । ହେଲେ ଘାଟିରେ ବିପଦ ଏବେ ବି ଟଳିନାହିଁ । ପାହାଡ଼ରୁ ହଠାତ୍ ପଥର ଖସିବା କିମ୍ବା ମାଟି ଅତଡ଼ା ଧସିବାର ଆଶଙ୍କା ରହିଥିବାରୁ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ । ଏଭଳି ସ୍ଥିତିରେ ସତର୍କତାର ସହ ଗାଡ଼ି ଚଳାଚଳ କରିବାକୁ ଯାତ୍ରୀ ଓ ଚାଳକଙ୍କୁ ଅନୁରୋଧ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking