28.1 C
Bhubaneswar
Friday, October 30, 2026
Homeଓଡିଶାନଭେମ୍ବର ୧ ମେଗା ରାଲି ସ୍ଥଗିତ ରଖିବାକୁ ସୋନିଆ ଗାନ୍ଧୀଙ୍କୁ ସିଟିଆଇର ଅନୁରୋଧ

ନଭେମ୍ବର ୧ ମେଗା ରାଲି ସ୍ଥଗିତ ରଖିବାକୁ ସୋନିଆ ଗାନ୍ଧୀଙ୍କୁ ସିଟିଆଇର ଅନୁରୋଧ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୧ ତାରିଖରେ ନୂଆଦିଲ୍ଲୀର ରାମଲୀଳା ମଇଦାନଠାରେ କଂଗ୍ରେସ ଓ ”ଇଣ୍ଡିଆ” ମେଣ୍ଟ ପକ୍ଷରୁ ଆୟୋଜିତ ହେବାକୁ ଥିବା ”ଚଲୋ ଦିଲ୍ଲୀ ରାମଲୀଳା ମାର୍ଚ୍ଚ” ମେଗା ରାଲିକୁ ସ୍ଥଗିତ ରଖିବା ପାଇଁ ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ ଇଣ୍ଡଷ୍ଟ୍ରି (ସିଟିଆଇ) ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି ଅନୁରୋଧ କରିଛି। ଦୀପାବଳି ପ୍ରସ୍ତୁତି ଏବଂ ବ୍ୟବସାୟର ମୁଖ୍ୟ ସମୟରେ ଏହି ରାଲି ଆୟୋଜିତ ହେଲେ ରାଜଧାନୀର ୨୦ରୁ ଊର୍ଦ୍ଧ୍ୱ ଐତିହାସିକ ବଜାରରେ ଦୈନିକ ପ୍ରାୟ ୧୦,୦୦୦ ରୁ ୧୨,୦୦୦ କୋଟି ଟଙ୍କାର ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍ ହୋଇଯିବ ବୋଲି ବ୍ୟବସାୟୀ ସଂଘ ଚେତାବନୀ ଦେଇଛି।

ସିଟିଆଇ ଚେୟାରମ୍ୟାନ୍ ବ୍ରିଜେଶ ଗୋୟଲ କହିଛନ୍ତି ଯେ, ଏହି ରାଲିରେ ପ୍ରାୟ ୧୦ ଲକ୍ଷ ଲୋକ ଏବଂ ୧୫,୦୦୦ ରୁ ୨୦,୦୦୦ ଯାନବାହନ ସାମିଲ ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ସେଣ୍ଟ୍ରାଲ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଲକଡାଉନ୍ ଭଳି ଭୟଙ୍କର ଟ୍ରାଫିକ୍ ଜାମ୍ ସୃଷ୍ଟି ହେବ। ଚାନ୍ଦନୀ ଚୌକ୍, ସଦର ବଜାର, କନୋଟ୍ ପ୍ଲେସ୍, କରୋଲ ବାଗ୍, ଖାରୀ ବାଓଲୀ, ଦରିଆଗଞ୍ଜ ଭଳି ପ୍ରମୁଖ ପାଇକାରୀ ଓ ଖୁଚୁରା ବଜାରଗୁଡ଼ିକୁ ଧନତେରସ୍ (ନଭେମ୍ବର ୬) ଏବଂ ଦୀପାବଳି (ନଭେମ୍ବର ୮) ପାଇଁ ମାଲ୍ ପରିବହନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବ। ସିଟିଆଇ ପକ୍ଷରୁ ରାଲିକୁ ନଭେମ୍ବର ୧୦ ପରକୁ ଘୁଞ୍ଚାଇବାକୁ କିମ୍ବା ବୁରାଡ଼ି ମଇଦାନକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଦିଆଯାଇଛି।ଉଲ୍ଲେଖଯୋଗ୍ୟ ଯେ, ଭୋଟ୍ ହେରଫେର୍ ଏବଂ ସମ୍ବିଧାନ ସୁରକ୍ଷା ଅଭିଯୋଗ ଆଣି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଆହ୍ୱାନରେ ଏହି ମେଗା ମାର୍ଚ୍ଚର ଆୟୋଜନ କରାଯାଉଛି। ରାଲି ପାଇଁ ମାତ୍ର ୪୮ ଘଣ୍ଟାରୁ କମ୍ ସମୟ ବାକି ଥିବା ବେଳେ ବ୍ୟବସାୟୀମାନେ କଂଗ୍ରେସ ନେତୃତ୍ୱଙ୍କ ସକାରାତ୍ମକ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking