24.1 C
Bhubaneswar
Wednesday, October 28, 2026
Homeଓଡିଶାଲଗାଣ ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ଫାଟିଲା ମହିଳାଙ୍କ ମୁଣ୍ଡ

ଲଗାଣ ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ଫାଟିଲା ମହିଳାଙ୍କ ମୁଣ୍ଡ

ଖୋର୍ଦ୍ଧା : ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦୁଇଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଗରିବ ପରିବାରଙ୍କ ପାଇଁ ବିପଦ ଡାକି ଆଣିଛି। ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ପଡ଼ିବାରୁ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଅସରଳା ପଞ୍ଚାୟତର ଦିଆଁନିପାଟଣା ସାହିର ଜଣେ ମହିଳା ଗୁରୁତର ହୋଇଛନ୍ତି। ତାଙ୍କ ମୁଣ୍ଡ ଫାଟିଯିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତେବେ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, କାହ୍ନୁ ଚରଣ ବରାଡ଼ଙ୍କ ପତ୍ନୀ ମଞ୍ଜୁଲତା ବରାଡ଼ (୪୫) ବୁଧବାର ସକାଳେ ଘର ଦାଣ୍ଡପିଣ୍ଡାରେ ଥିବାବେଳେ ବର୍ଷାରେ ଦୁର୍ବଳ ହୋଇପଡ଼ିଥିବା ମାଟି କାନ୍ଥଟି ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। କାନ୍ଥ ସହ ଟାଇଲ ଓ ମାଟି ଖଣ୍ଡ ତାଙ୍କ ମୁଣ୍ଡ ଉପରେ ପଡ଼ିବାରୁ ସେ ଆହତ ହୋଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ସୁନାଖଳା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଚିକିତ୍ସା ପରେ ତାଙ୍କ ଅବସ୍ଥା ସ୍ଥିର ଓ ବିପଦମୁକ୍ତ ଥିବା ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking