23.1 C
Bhubaneswar
Tuesday, October 27, 2026
Homeଓଡିଶା୪୮ ଘଣ୍ଟାରେ ଆନ୍ଧ୍ର ଉପକୂଳ ଛୁଇଁପାରେ ବାତ୍ୟା ଅର୍ଣ୍ଣବ !

୪୮ ଘଣ୍ଟାରେ ଆନ୍ଧ୍ର ଉପକୂଳ ଛୁଇଁପାରେ ବାତ୍ୟା ଅର୍ଣ୍ଣବ !

ଭୁବନେଶ୍ୱର: ବଙ୍ଗୋପସାଗରରେ ବଢୁଛି ବାତ୍ୟାର ବଳ । ଆଉ ଘନଉଛି ବିପଦର କଳାବାଦଲ । ବାତ୍ୟା ଅର୍ଣ୍ଣବର ଦେଖାଗଲାଣି ଆଖି । କ୍ରମଶଃ ଘନୀଭୂତ ହୋଇ ଏହା ଅତି ଭୀଷଣ ବାତ୍ୟାର ରୂପ ନେବାକୁ ଯାଉଛି । ପଶ୍ଚିମ ଦିଗକୁ ଗତି କରୁଛି ସାମୁଦ୍ରିକ ଝଡ । ଘଣ୍ଟାପ୍ରତି ବେଗ ୧୩ କିଲୋମିଟର । ଗୋପାଳପୁରଠାରୁ ପ୍ରାୟ ୫ ଶହ କିଲୋମିଟର । ବିଶାଖାପାଟଣା ଠାରୁ ପ୍ରାୟ ୫୨୦ କିଲୋମିଟର ଦୂରରେ ରହିଛି ଭୀଷଣ ବାତ୍ୟା । ପାଣିପାଗ ବିଭାଗର ଆକଳନ ଅନୁସାରେ ୨୮ ତାରିଖ ପୂର୍ବାହ୍ନରେ ବାପଟଲା ଓ ବିଶାଖାପାଟଣ । ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିପାରେ ଅର୍ଣ୍ଣବ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିପାରେ । ଝଟକା ପବନ ୧୪୦ କିଲୋମିଟର ଛୁଇଁବାର ଆଶଙ୍କା । ଆନ୍ଧ୍ର ଉପକୂଳରେ ବାତ୍ୟା ଲ୍ୟାଣ୍ଡଫଲ କଲେ ବି ତାର ପ୍ରଭାବରୁ ମୁକ୍ତ ନୁହେଁ ଓଡିଶା । ବିଶେଷକରି ଦକ୍ଷିଣ ଓଡିଶାରେ ବଡ ବର୍ଷା ଓ ପବନର ଆଶଙ୍କା ଥିବାରୁ ବଢୁଛି ଚିନ୍ତା । ବାତ୍ୟାର ଗତିପଥ ଉପରେ ରହିଛି ତୀକ୍ଷ୍‌ଣ ନଜର । ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ଆକ୍ସନ ମୋଡରେ ସରକାର ।

ବର୍ତ୍ତମାନ ସୁଦ୍ଧା ୮ଟି ଏନଡିଆରଏଫ ଟିମ ସହ ୪୦ଟି ଓଡିଆରଏଏଫ ଟିମ ମୁତୟନ ହୋଇଛନ୍ତି। ବିପଦ ସମୟରେ ଲୋକଙ୍କୁ ସୁରକ୍ଷିତ ରଖିବାକୁ ୧୩୫ଟି ବାତ୍ୟା ଆଶ୍ରୟସ୍ଥଳୀ ସହ ୧୬୦୦ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା ,କନ୍ଧମାଳ ସହ ଗଞ୍ଜାମ ଓ ଗଜପତି ଜିଲ୍ଲା ଉପରେ ରହିଛି ନଜର। ଆବଶ୍ୟକ ପଡିଲେ ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ବାତ୍ୟା ଅର୍ଣ୍ଣବକୁ ନେଇ ସମୁଦ୍ରରେ ବଢିଲା ସତର୍କତା । ଓଡିଶାର ପ୍ରମୁଖ ଓ ଛୋଟ ବନ୍ଦରଗୁଡିକରେ ଜାରି ହୋଇଛି ବିପଦ ସଙ୍କେତ। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ଜାରି ହୋଇଛି ପରାମର୍ଶ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking