ଗଞ୍ଜାମ: ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅଞ୍ଚଳରେ ଭୟଙ୍କର ଆକ୍ରମଣ। ଏସ୍ ଟିକରପଡ଼ା ଗାଁର ଯୁବକ କାଳିଆ ଗୌଡ଼ଙ୍କୁ ଖଣ୍ଡା ଓ ଅନ୍ୟ ଧାରୁଆ ଅସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରିଛନ୍ତି କିଛି ଦୁର୍ବୃତ୍ତ। ଆକ୍ରମଣରେ ତାଙ୍କର ଗୋଟିଏ ହାତ ଛିଣ୍ଡିଯାଇଥିବା ସୂଚନା ମିଳିଛି।ଆକ୍ରମଣରେ କାଳିଆଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗମ୍ଭୀର ଆଘାତ ଲାଗିଛି। ଘଟଣା ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର MKCG ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ଖବର ପାଇ କେ. ନୂଆଗାଁ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଆକ୍ରମଣ ପଛର କାରଣ ଓ ଏଥିରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଛି।










