ଗଂଜାମ: ଗଛରେ ପିଟିହେଲା କାର୍ । ଆଖି ପିଛୁଳାକେ ଚାଲିଗଲା ମହିଳାଙ୍କ ଜୀବନ । ଗଂଜାମ ସୋରଡା-ଆସିକା ଜାତୀୟ ରାଜପଥ ଭାଲିଆଗୋଚ୍ଛା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛକୁ କାର୍ ପିଟିବା ଫଳରେ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ପୁଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଆହତଙ୍କୁ ସୋରଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।ବୁର୍ଲାର ଡାକ୍ତର ମାଧବ ନାୟକ ନିଜ ପରିବାର ସହ ପୂଜା ଛୁଟିରେ ବ୍ରହ୍ମପୁର ଆସିଥିଲେ । ବ୍ରହ୍ମପୁରରୁ ସୋରଡ଼ା ଦେଇ ଫେରିବା ବେଳେ ତାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ତାଙ୍କର ଘରୋଇ ସହାୟକଥିବା ଜଣେ ମହିଳା ପ୍ରାଣ ହରାଇଛନ୍ତି ।









