30.1 C
Bhubaneswar
Friday, October 23, 2026
Homeଓଡିଶାସମ୍ଭାବ୍ୟ ବାତ୍ୟା: ୨୭ ଓ୨୮ ତାରିଖ ପାଇଁ ରେଡ୍‌ ଆଲର୍ଟ ଜାରି

ସମ୍ଭାବ୍ୟ ବାତ୍ୟା: ୨୭ ଓ୨୮ ତାରିଖ ପାଇଁ ରେଡ୍‌ ଆଲର୍ଟ ଜାରି

ଭୁବନେଶ୍ୱର:  ବାତ୍ୟାକୁ  ନେଇ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ବଡ଼ ସୂଚନା ଦେଇଛନ୍ତି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୨୬ ତାରିଖରେ ବାତ୍ୟାରେ ପରିଣତ ହୋଇପାରେ। ସମ୍ଭାବ୍ୟ ବାତ୍ୟା ନେଇ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା। ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହା ଧିରେ ଧିରେ ଘନିଭୂତ ହୋଇ ଅବପାତରେ ପରିଣତ ହେବ ଏହା ପରେ ୨୫ ତାରିଖ ବେଳକୁ ଗଭୀର ଅବପାତରେ ପରିଣତ ହୋଇପାରେ। ୨୬ ତାରିଖ ସକାଳେ ବଙ୍ଗୋପସାଗର କେନ୍ଦ୍ରୀୟ ଅଞ୍ଚଳରେ ଏହା ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇପାରେ। ଏହା ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୮ ତାରିଖ ଭୋର ସମୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶାର ଉପକୂଳ ଅଞ୍ଚଳରେ ପହଞ୍ଚିବ। ତେବେ ପବନର ବେଗ ସର୍ବାଧିକ କେତେ ରହିବ ତାହା ଏଯାଏ ପୂର୍ବାନୁମାନ କରାଯାଇ ନାହିଁ। ଗଭୀର ଅବପାତ ପରେ ପବନର ବେଗ ଆକଳନ କରାଯାଇପାରିବ। ଏବେ ସମୁଦ୍ର ଅଶାନ୍ତ ରହୁଥିବାରୁ ଆଗାମୀ ୨୫ ତାରିଖ ଯାଏ ପୂର୍ବ କେନ୍ଦ୍ରୀୟ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରୁ ମତ୍ସ୍ୟଜବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରିଛନ୍ତି ମୃତ୍ୟୁଞ୍ଜୟ ମହପାତ୍ର।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking