30.1 C
Bhubaneswar
Friday, October 23, 2026
Homeଓଡିଶାଧମକପୂର୍ଣ୍ଣ ଇମେଲ୍‌, ଟାର୍ଗେଟରେ ଦିଲଜିତ୍‌ ଦୋସାଞ୍ଜ ଓ ଅମିତାଭ ବଚ୍ଚନ

ଧମକପୂର୍ଣ୍ଣ ଇମେଲ୍‌, ଟାର୍ଗେଟରେ ଦିଲଜିତ୍‌ ଦୋସାଞ୍ଜ ଓ ଅମିତାଭ ବଚ୍ଚନ

ମୁମ୍ବାଇ: ମୁମ୍ବାଇ ମେୟର ରିତୁ ରାଜେଶ ତାୱଡେଙ୍କୁ ଶୁକ୍ରବାର ଏକ ଧମକପୂର୍ଣ୍ଣ ଇମେଲ୍ ମିଳିଛି, ଯେଉଁଥିରେ ତାଙ୍କ ଅଫିସକୁ ଟାର୍ଗେଟ କରିବାକୁ ଧମକ ଦିଆଯାଇଛି। ଚିଠିରେ ୨୭ ନଭେମ୍ବରରେ ମହାଲକ୍ଷ୍ମୀ ରେସକୋର୍ସରେ ହେବାକୁ ଥିବା ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜଙ୍କ ଇଣ୍ଡିଆ ଟୁର୍ ଇଭେଣ୍ଟକୁ ଟାର୍ଗେଟ କରାଯିବ ବୋଲି ଧମକ ଦିଆଯାଇଥିଲା। ଇମେଲ୍‌ରେ ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ମଧ୍ୟ ଟାର୍ଗେଟ କରାଯିବାକୁ ଧମକ ଦିଆଯାଇଛି। ଧମକଦାତାଙ୍କ ପରିଚୟ ଓ ଇମେଲର ସତ୍ୟତା ସମ୍ବନ୍ଧୀୟ ସୂଚନା ମିଳିନାହିଁ।ପୂର୍ବରୁ ସୁରକ୍ଷା ଚିନ୍ତାର କାରଣ ଦର୍ଶାଇ ଦିଲ୍ଲୀ ପୁଲିସ ଅକ୍ଟୋବର ୩୦ ତାରିଖରେ ରାଜଧାନୀ ଦିଲ୍ଲୀର ଜବାହାରଲାଲ ନେହରୁ ଷ୍ଟାଡିୟମରେ ହେବାକୁ ଥିବା ଦିଲଜିତ ଦୋସାଞ୍ଜଙ୍କ କନସର୍ଟ ପାଇଁ ଅନୁମତି ଦେବାକୁ ମନା କରିଦେଇଥିଲା। ପୁଲିସ ଟିକେଟିଂ ପାର୍ଟନର୍ ବୁକ୍‌ମାଇଁସୋକୁ ଲେଖିଥିବା ଏକ ଚିଠିରୁ ଏହା ଜଣାପଡ଼ିଛି। ତଥାପି ଗୁରୁବାର ସନ୍ଧ୍ୟା ସୁଦ୍ଧା, ଟିକେଟିଂ ପାର୍ଟନର୍ ଏହାର ଆପ୍ କିମ୍ବା ୱେବସାଇଟ୍‌ରୁ ସୋ ତାଲିକାକୁ ହଟାଇ ନଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking