31.1 C
Bhubaneswar
Friday, October 23, 2026
Homeଦେଶ ବିଦେଶଦ୍ୱିତୀୟ ଟି୨୦ରୁ ଇଶାନ ବାଦ

ଦ୍ୱିତୀୟ ଟି୨୦ରୁ ଇଶାନ ବାଦ

ନୂଆଦିଲ୍ଲୀ: ଭାରତୀୟ ଦଳକୁ ବଡ ଝଟକା । ଷ୍ଟାର ଇଣ୍ଡିଆ ବ୍ୟାଟ୍ସମ୍ୟାନ ଇଶାନ କିଷନ ନ୍ୟୁଜିଲାଣ୍ଡ ବିପକ୍ଷରେ ଚଳିତ ସିରିଜର ଆଗାମୀ ଦ୍ୱିତୀୟ ଟି-୨୦ରୁ ବାଦ ପଡିଛନ୍ତି । ଇଶାନ ସିରିଜର ପ୍ରଥମ ଟି-୨୦ରେ ଆହତର ଶିକାର ହୋଇଥିଲେ । ଏନେଇ ବିସିସିଆଇ ଶୁକ୍ରବାର ଟ୍ୱିଟରରେ ପୋଷ୍ଟ କରିଛି । ବିସିସିଆଇ ଟ୍ୱିଟ କରି କହିଛି ଯେ, ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ରୁ ଇଶାନ କିଷାନଙ୍କୁ ବାଦ ଦିଆଯାଇଛି । ସିରିଜର ପ୍ରଥମ ଟି-୨୦ ବେଳେ ଲୋ ଗ୍ରେଡ ରାଇଟ ଆଡକ୍ଟର ଷ୍ଟ୍ରେନ କାରଣରୁ ବାଦ ପଡିଛନ୍ତି କିଶନ । ଡାକ୍ତରୀ ଟିମ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିଛନ୍ତି । କହି ରଖୁଛୁ ଯେ, ଯଦି ଇଶାନ କିଶାନ ପ୍ଲେଇଂ ଇଲେଭେନରୁ ବାଦ ଦିଆଯାଏ, ତେବେ ବୈଭବ ସୂର୍ଯ୍ୟବଂଶୀଙ୍କୁଦଳରେ ସାମିଲ କରାଯାଇପାରେ । ଏହା ବ୍ୟତୀତ ସଞ୍ଜୁ ସାମସନ ୱିକେଟକିପିଂ ଦାୟିତ୍ୱରେ ରହିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking